Pratidin TV

Odisha's Digital News Platform

ଗରବା ଡ୍ୟାନ୍ସ କରି ହୃଦଘାତରେ ଗଲାଣୀ ୧୦ ଜୀବନ…

1 min read

ଆଜିକାଲି ହୃଦଘାତ ଏକ ସାଧାରଣ କଥା ହୋଇଗଲାଣି । ବହୁତ କମ୍ ବୟସରେ ଲୋକମାନେ ହୃଦଘାତରେ ପୀଡିତ ହେଉଛନ୍ତି । ଆପଣ ମାନେ ଜାଣିଥିବେ ଯେ ନିକଟରେ ପ୍ରାୟତଃ ଜିମ ଯାଉଥିବା ଲୋକମାନେ ଅଧିକ ହୃଦଘାତର ଶିକାର ହେଉଛନ୍ତି ବୋଲି ଖବର ସାମ୍ନାକୁ ଆସୁଛି । ସେହିଭଳି ଏକ ଆଶ୍ଚର୍ଯ୍ୟ ଜନକ ଖବର ଦେଖିବାକୁ ମିଳିଛି । ଗରବା ଡ୍ୟାନ୍ସ କରିବା ବେଳେ ଗତ ୨୪ଘଣ୍ଟାରେ ୧୦ ଜଣଙ୍କ ଜୀବନ ଚାଲିଯାଇଛି । ଗୁଜୁରାଟରେ ଦୁର୍ଗାପୂଜାରେ ଗୁଜୁରାଟୀ ଲୋକମାନେ ଗରବା ଡ୍ୟାନ୍ସ କରିଥାନ୍ତି । ଦୁର୍ଗାପୂଜା ପାଇଁ ଗତ ତିନିଦିନ ଧରି ବିଭିନ୍ନ ସ୍ଥାନରେ ଗରବା ଡ୍ୟାନ୍ସ ବା ଦାଣ୍ଡି।। ଡ୍ୟାନ୍ସ ହେଉଥିବା ବେଳେ ସେହିଭଳି ଅକ୍ଟୋବର ୨୨ ରବିବାର ଗୁଜୁରାଟର କାପଡଭଞ୍ଜ ଖେଡା ଠାରେ ଗାରବା ଡ୍ୟାନ୍ସ ହେଉଥିଲା । ଏହି ସମୟରେ ୧୭ ବର୍ଷ ବୟସ୍କ ଯୁବକ ଭେର ଶାହା ହଠାତ୍ ଚେତାଶୂନ୍ୟ ହୋଇଯାଇଥିଲେ । ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ପରେ ବାରୋଡାର ୧୩ ବର୍ଷର ବାଳକ ସହିତ ସମାନ ଘଟଣା ଘଟିଛି । ପରେ ପରେ ଅହମ୍ମଦାବାଦର ୨୮ ବର୍ଷିୟା ରବି ପଞ୍ଚଲ ଏବଂ ଭଦୋଦରର ୫୫ ବର୍ଷିୟ ଶଙ୍କର ରାଣା ମଧ୍ୟ ଗାରବା ଖେଳିବା ସମୟରେ ହୃଦଘାତରେ ପ୍ରାଣ ହରାଇଛନ୍ତି । ଏହା ପରେ ସରକାର ମଧ୍ୟ ଏକ ସତର୍କ ସୂଚନା ଜାରି କରିଛନ୍ତି । ସରକାର ମଧ୍ୟ ଏଭଳି କାର୍ଯ୍ୟକ୍ରମର ଆୟୋଜକମାନଙ୍କୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ କହିଛନ୍ତି । ଏହା ନିଶ୍ଚିତ କରିପାରିବ ଯେ ଯଦି ଲୋକମାନେ ଅସୁସ୍ଥ ଅନୁଭବ କରନ୍ତି, ତେବେ ସେମାନଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସର ସୁବିଧା ଉପଲବ୍ଧ କରାଯାଇଛି ।


ବିଶେଷଜ୍ଞଙ୍କ ମତ ଅସୁସାରେ ହୃଦଘାତ ପଛରେ ଅନେକ ପ୍ରମୁଖ କାରଣ ଥାଇପାରେ । ଉଚ୍ଚ ରକ୍ତଚାପ, ମଧୁମେହ, କୋଲେଷ୍ଟ୍ରଲ, ଚାପ, ଖାଦ୍ୟ ପାଇଁ ଆଜିକାଲି ଅଧିକ ଲୋକ ହୃଦଘାତରେ ପ୍ରାଣ ହରାଉଛନ୍ତି । ଯେତେବେଳେ ଆପଣ ନୃତ୍ୟ କିମ୍ବା ବ୍ୟାୟାମ ଭଳି କୈାଣସି କାର୍ଯ୍ୟକଳାପ କରନ୍ତି, ସେତେବେଳେ ଆମ ହୃଦୟକୁ ଅଧିକ ପରିଶ୍ରମ କରିବାକୁ ପଡେ । ଏପରି ପରିସ୍ଥିତିରେ ରକ୍ତଚାପ ବୃଦ୍ଧି ପାଇଥାଏ । ଏବଂ ହୃଦସ୍ପନ୍ଦନ ବଢିିଥାଏ । ଯେଉଁଥିପାଇଁ ହୃଦୟ ଧମନୀରେ ଅସୁବିଧା ଏହା ଫାଟି ଯାଇପାରେ । ସେହି ସମୟରେ, ଯଦି କିଛି ଲୋକ ଉଚ୍ଚ ରକ୍ତଚାପ ରୋଗୀ ଅଟନ୍ତି, ତେବେ ସେମାନଙ୍କର ଏହି ପରିଶ୍ରମର ଅଧିକ ସମ୍ଭାବନା ଥାଏ । ଏହା ସହିତ ଡିହାଇଡ୍ରେସନ୍ ମଧ୍ୟ ଏକ ବଡ଼ କାରଣ । ତେଣୁ ଏଭଳି ସ୍ଥୀତିରେ ଅବହେଳା ନକରି ଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ।

Advertisement

Leave a Reply

Your email address will not be published. Required fields are marked *