Pratidin TV

Odisha's Digital News Platform

ମୋ ମୋବାଇଲ୍ ରୁ ଆଶା ଦିଦିଙ୍କ ୱାଟସଆପ୍ ନମ୍ବର ନେଇ, ଟଙ୍କା ପାଇଁ ଖେଳୁଛନ୍ତି…

1 min read

ଆଜିକାଲି ଠକେଇ କରିବାର ବିଭିନ୍ନ ପନ୍ଥା ଆପଣାଉଛନ୍ତି ଠକ । କେତେବେଳେ ନ୍ୟୁଡ ଭଡିଓ କଲ ଜରିଆରେ ସାଧାରଣ ଲେଲାକଙ୍କ ଠାରୁ ପଇସା ଲୁଟୁଛନ୍ତି ତ ଆଉ କେତେବେଳେ ଅନ୍ୟ ଫଟୋ ଦେଖାଇଛି ଲୁଟପାଟ କରୁଛନ୍ତି । ଏଥିରୁ ବର୍ତ୍ତୁ ନାହାନ୍ତି ବୟସ୍କ ବ୍ୟକ୍ତି । ସେହିପରି ଏକ ସାଘାତିକ ଅଭିଯୋଗ ଆଣିଛନ୍ତି ଜଣେ ବ୍ୟକ୍ତି । ନ୍ୟୁଡ଼ ଫଟୋ ଭାଇରଲ ଧମକ ଦେଇ ବ୍ୟକ୍ତିଙ୍କ ଠାରୁ ଟଙ୍କା ଲୁଟିଲେ ଦୁର୍ବୁତ୍ତ । ପ୍ରଥମେ ଡିଜିଟାଲ ଲୋନ ଆପରେ ମହେନ୍ଦ୍ର ସିଂ ଧୋନିଙ୍କ ଫଟୋ ଏବଂ ଆଡ଼ ଜରିଆରେ ଟଙ୍କା ଲୁଟିଲେ ଦୁର୍ବୁତ୍ତ । ଲୁଟର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଜିରୋ ପରସେଣ୍ଟ ରେ ଲୋନ ଦେବାକୁ କହି ପ୍ରଥମେ ଲୋନ ଦେଲେ । ପରେ ଲୋନ ଦେଇଥିବା ଟଙ୍କା ଠାରୁ ଅଧିକ ଟଙ୍କା ଫେରସ୍ତ ବି ନେଲେ । ପୁଣି ଆହୁରି ଟଙ୍କା ଦେବାକୁ ବାଧ୍ୟ କରୁଥିଲେ । ଏପରିକି ଟଙ୍କା ନଦେଲେ ନଦେଲେ ନ୍ୟୁଡ଼ ଫଟୋ ଓ ଭିଡ଼ିଓ ଭାଇରଲ କରିବାକୁ କହି ଧମକ ଦେଲେ ସାଇବର ଠକ । ପରେ ପିଡିତ ବ୍ୟକ୍ତି ଜଣକଏନେଇ ସାଇବର ଥାନାର ଦ୍ୱାରସ୍ତ ହେଲେ । ପୋଲିସ ବ୍ୟକ୍ତିଙ୍କ ଅଭିଯୋଗ ଅନୁସାରେ ତଦନ୍ତ ଜାରି କରିଛି । ତେବେ ବ୍ୟକ୍ତି ଜଣକ କିପରି ଏଭଳି ସାଇବର ଠକଙ୍କ ମାୟା ଜାଲରେ ପଡିଥିଲେ ଦେଖନ୍ତୁ ଏହି ଭିଡିଓରେ…

Advertisement

Leave a Reply

Your email address will not be published. Required fields are marked *