Pratidin TV

Odisha's Digital News Platform

ସ୍ୱେଚ୍ଛାକୃତ ଅବସର ନେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ..

1 min read

ଭୁବନେଶ୍ୱର : ସ୍ୱେଚ୍ଛାକୃତ ଅବସର ନେଲେ ଭି.କେ. ପାଣ୍ଡିଆନ । ୨୦୦୦ ବ୍ୟାଚର ଆଇଏଏସ ଅଫିସର ଥିଲେ ଭିକେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିଲେ । ଠଜଝକୁ ଅନୁମୋଦନ କଲେ କେନ୍ଦ୍ର ସରକାର । ୧୯୫୮ ଅଲଇଣ୍ଡିଆ ସର୍ଭିସ ରୁଲ୍ ୧୬(୨ଇ) ଅନୁସାରେ ଅନୁମୋଦନ ।ଅବସର ପରେ ଏବେ ସାଧାରଣରେ ହଇଚଇ ସୃଷ୍ଟି ହୋଇଛି । କାହିଁକି ସ୍ୱେଚ୍ଛାକୃତ ଅବସର ନେଲେ ପାଣ୍ଡିଆନ? ଆଗକୁ କ’ଣ ରହିବ ଭି.କେ ପାଣ୍ଡିଆନଙ୍କ ପଦକ୍ଷେପ? ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ୱ ତୁଲାଉଥିଲେ ଏବେ କେଉଁ ଭୂମିକାରେ ନଜର ଆସିବେ ପାଣ୍ଡିଆନ? ଅବସର ପରେ ଏହି ଅଭିଜ୍ଞତାକୁ କେଉଁ ଦିଗରେ ବିନିଯୋଗ କରିବେ? ଏବେ ଏମିତି ସବୁ ପ୍ରଶ୍ନ ସାଧାରଣ ମହଲଠୁ ଆରମ୍ଭ କରି ରାଜ୍ୟ ରାଜନୀତି ମହଲରେ ସୃଷ୍ଟି ହୋଇଛି ।ଗତ ୨୦ ତାରିଖ ଦିନ ଭି କେ ପାଣ୍ଡିଆନ୍ ସ୍ୱେଚ୍ଛାକୃତ ଅବସର ଲାଗି ଆବେଦନ କରିଥିଲେ ଓ ରାଜ୍ୟ ସରକାର ଏହାକୁ ଗ୍ରହଣ କରିବା ସହ କେନ୍ଦ୍ରର ଅନୁମୋଦନ ଲାଗି ପଠାଇଥିଲେ । ଏହାପରେ ଓଡ଼ିଶା କ୍ୟାଡରର ୨୦୦୦ ବ୍ୟାଚ୍‌ର ଆଇଏଏସ୍ ଅଫିସର ପାଣ୍ଡିଆନଙ୍କ ସ୍ୱେଚ୍ଛାକୃତ ଅବସର ନେଇ କେନ୍ଦ୍ର ସରକାର ସାଧାରଣ ପ୍ରଶାସନ ବିଭାଗକୁ ଜଣାଇଛନ୍ତି । ପାଣ୍ଡିଆନଙ୍କ ପ୍ରସ୍ତାବ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଦ୍ୱାରା ଗୃହୀତ ହୋଇଥିବା କେନ୍ଦ୍ର କାର୍ମିକ ବିଭାଗ ଜଣାଇଛି ।

ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଆରମ୍ଭ କରିଥିଲେ କ୍ୟାରିଅର । ୨୦୦୨-୦୪ ପର୍ଯ୍ୟନ୍ତ ତୁଲାଇଥିଲେ ଉପଜିଲ୍ଲାପାଳ ଦାୟିତ୍ୱ । ୨୦୦୫-୦୭ ଥିଲେ ମୟୂରଭଞ୍ଜ ଜିଲ୍ଲାପାଳ । ୨୦୦୭-୧୧ ଯାଏ ଗଞ୍ଜାମ ଜିଲ୍ଲାପାଳ ଥିଲେ ପାଣ୍ଡିଆନ । ୨୦୧୧ରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରହିଛନ୍ତି ପାଣ୍ଡିଆନ । ୨୦୧୯ରେ ୫ଞ ସଚିବ ଭାବେ ଦାୟିତ୍ୱ ନେଇଥିଲେ । ୨୩ ବର୍ଷ ଧରି ଭାରତୀୟ ପ୍ରଶାସନିକ ସେବାରେ ଥିଲେ କାର୍ଯ୍ୟରତ । ଗତ ୨୦ତାରିଖରେ ସେ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *