Pratidin TV

Odisha's Digital News Platform

ଆଜି ପବିତ୍ର ଦଶହରା, ମଣ୍ଡପରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି..

1 min read

ସରିଛି ନବରାତ୍ରୀ । ଆଜି ହେଉଛି ପବିତ୍ର ଦଶହରା । ଅସତ୍ୟ ଉପରେ ସତ୍ୟର ବିଜୟର ସବୁଠାରୁ ବଡ ପର୍ବ ହେଉଛି ଦଶହରା । ଏହାକୁ ବିଜୟାଦଶମୀ ଭାବେ ଭାରତରେ ବଡ ଧୂମଧାମ୍‌ରେ ପାଳନ କରାଯାଏ । ପ୍ରତିବର୍ଷ ଆଶ୍ୱିନ୍ ମାସର ଦଶମୀ ତିଥିରେ ଏହାକୁ ପାଳନ କରାଯାଏ । ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ଦିନ ଭଗବାନ ଶ୍ରୀରାମ ଲଙ୍କାପତି ରାବଣଙ୍କୁ ହତ୍ୟା କରି ସୀତାଙ୍କୁ ଫେରାଇ ଆଣିଥିଲେ । ଏହା ବ୍ୟତୀତ ଏହି ଦିନ ମାତା ଦୁର୍ଗା ମହିଷାସୁରାକୁ ମଧ୍ୟ ବଦ୍ଧ କରିଥିଲେ । ଆଜି ଦଶହରା ଦିନ ରାବଣପୋଡିର ପରମ୍ପରା ରହିଛି । ସେଥିରେ ଲୋକେ ଏହିଦିନ ଅସ୍ତ୍ରଶସ୍ତ୍ର ପୂଜା କରିବା ସହ ରାବଣ ପୋଡିର ଆୟୋଜନ କରିଥାନ୍ତି । ଆଜି ମାଆଙ୍କ ଦଶମୀ ପୂଜା ସହ ଅନ୍ୟପଟେ ରାବଣ ପୋଡି ମଧ୍ୟ କରାଯାଇଥାଏ । ଦେଶରେ ବିଭିନ୍ନ ଜାଗାରେ ରାବଣକୁ ପୋଡି ବାଣ ଫୁଟାଇ ଏହି ଦିନକୁ ପାଳନ କରିଥାଏ । ଏବଂ ଘରେ ଆଜିର ଦିନରେ ପିଠାପଣାର ଆସର ଜମିଥାଏ । ତେବେ ଆଜି ଶାରଦୀୟ ଦୂର୍ଗାପୂଜାର ଶେଷ ଦିନ ଅଟେ । ମଣ୍ଡପରେ ମହିଷା ମର୍ଦ୍ଦିନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି ହେବ ।

Advertisement

Leave a Reply

Your email address will not be published. Required fields are marked *