Pratidin TV

Odisha's Digital News Platform

ଚେନ୍ନାଇ ମାଟିରେ ପୁଣି ହାରିଲା ପାକିସ୍ତାନ, ଆଫଗାନିସ୍ତାନ ବ୍ୟାଟରଙ୍କ ସାମ୍ନାରେ ତିଷ୍ଠି ପାରିଲେନି ପାକିସ୍ତାନୀ ବୋଲର..

1 min read

ଭାଙ୍ଗିଯାଇଛି କି ପାକିସ୍ତାନୀ ଦଳର ମନବଳ । ଭାରତରେ ଚାଲିଥିବା ଦିନିକିଆ ବିଶ୍ୱକପ ଆରମ୍ଭରୁ ପାକିସ୍ତାନ ଭଲ ଫର୍ମରେ ରହି ଆସୁଥିବା ବେଳେ ଏବେ ଆଉ ସେହି ଫର୍ମ ଦେଖିବାକୁ ମିଳୁନି । ଭାରତ ସହ ଯେବେ ଠାରୁ ପାକିସ୍ତାନ ମ୍ୟାଚ ହାରିଛି ସେବେ ଠାରୁ ତାଙ୍କ ଦଳ ଆଉ ଗୋଟେ ବି ବିଜୟ ହାସଲ କରି ପାରୁନି । କହିବାକୁ ଗଲେ ଆଇସିସି କ୍ରିକେଟ ବିଶ୍ୱକପ ୨୦୨୩ରେ ପାକିସ୍ତାନ ବିପର୍ଯ୍ୟୟ ପରିସ୍ଥିତି ସାମ୍ନା କରୁଛି । ଅକ୍ଟୋବର ୧୪ରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପାକିସ୍ତାନକୁ ପରାସ୍ତ କରିଥିଲା ଭାରତ । ଏହା ପରେ ଅଷ୍ଠ୍ରେଲିଆ ଠାରୁ ପରାସ୍ତ ହୋଇଥିଲା ପାକିସ୍ତାନ । ତେବେ ପୁଣି ଗତକାଲିର ହାଇ ଭୋଲଟେଜ ଲଢେଇରେ ପାକିସ୍ତାନକୁ ୮ ୱିକେଟରେ ହରାଇଛି ଆଫଗାନିସ୍ତାନ । ଚେନ୍ନାଇରେ ଖେଳାଯାଇଥିବା ରୋମାଂଚକର ମୁକାବିଲାରେ ଟସ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷତ୍ତି ନେଇଥିଲା । ନିର୍ଦ୍ଧାରିତ ଓଭରରେ ୨୮୨ ରନ କରିଥିଲା ପାକିସ୍ତାନ । ଜବାବରେ ଆଫଗାନିସ୍ତାନ ପ୍ରଥମରୁ ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ କରି ଦେଇଥିଲା । ଯାହାଫଳରେ ପାକିସ୍ତାନ ବୋଲର ମାନେ ୱିକେଟ ନେବାରେ ବିଫଳ ହୋଇଥିଲେ । ଏଥରୁ ଜଣାପଡୁଛି ଭାରତ ଠାରୁ ହାରିବା ପରଠୁ ପାକିସ୍ତାନ ଭାଙ୍ଗି ପଡିଛି । ପାକ୍ ଖେଳିଥିବା ମୋଟ ୫ଟି ମ୍ୟାଚରୁ ୨ଟିରେ ଜିତିଥିବା ବେଳେ ୩ଟି ହାରି ସାରିଛି । ତେବେ ପରବର୍ତ୍ତୀ ମ୍ୟାଚ ଅକ୍ଟୋବର ୨୭ରେ ଅଛି ।ଚେନ୍ନାଇରେ ସାଉଥ ଆଫ୍ରିକା ସହ ହେବ ମୁହାଁମୁହିଁ ।

Advertisement

Leave a Reply

Your email address will not be published. Required fields are marked *