Pratidin TV

Odisha's Digital News Platform

ଆଖିବୁଜିଲେ ପୂର୍ବତନ ବିଧାୟକ ଅଜୟ କୁମାର ଜେନା….

1 min read

ଭୁବନେଶ୍ୱର ; ଆଉ ନାହାନ୍ତି ର୍ବହ୍ମଗିରିର ପୂର୍ବତନ ବିଧାୟକ ଅଜୟ କୁମାର ଜେନା । ୮୦ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଆଜି ସକାଳୁ ଭୁବନେଶ୍ୱରର ଏକ ଘରୋଇ ହସ୍ପଟାଲରେ ତାଙ୍କର ମୃତ୍ୟୁ ଘଟିଛି। ଅଜୟଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ବିଭିନ୍ନ ନେତା ଓ ମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି।

ତେବେ ଅଜୟ ଜନତା ଦଳ ଟିକେଟରେ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।ସେ ୧୯୪୩ ମସିହା ଜୁଲାଇ ୨୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *