ନବଯୌବନ ଦର୍ଶନର ସମୟ ବଦଳିଲା: ଜାଣନ୍ତୁ କେତେବେଳେ କରିହେବ ଜଗା ଦର୍ଶନ
1 min readଭୁବନେଶ୍ୱର: ୩ ଦିନ ପରେ ରଥଯାତ୍ରା । ସମଗ୍ର ଓଡ଼ିଆ ଜାତି ପାଇଁ ଏହା ଗର୍ବର ବିଷୟ । ଓଡ଼ିଆ ପ୍ରାଣର ଠାକୁର ଶେଷରେ ଭକ୍ତଙ୍କୁ ଦେବେ ଦର୍ଶନ । ତେବେ ଏହା ପୂର୍ବରୁ ମହାପ୍ରଭୁଙ୍କର ଅନୁଷ୍ଠିତ ହେବ ନବଯୌବନ ବେଶ । ନବଯୌବନ ବେଶର ଦର୍ଶନ ପାଇଁ ଶ୍ରୀମନ୍ଦିର ମନ୍ଦିର ପ୍ରଶାସନ ପକ୍ଷରୁ ଏକ ସମୟ ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି ।
କେଉଁ ସମୟରେ ଭକ୍ତ ମାନେ ଦର୍ଶନ କରି ପାରିବେ ଏବଂ କେଉଁ ସମୟରେ କଟକଣା ରହିବ ତାର ଏକ ଚିଠା ପ୍ରସ୍ତୁତ କରାଯାଇଛି । ସକାଳ ୮ଟାରୁ ଦ୍ୱାର ଫିଟିବା ପରେ ଏକ ଘଣ୍ଟା ପାରିମାଣିକ ଦର୍ଶନ ହେବ । ଏହାପରେ ୯ଟାରୁ ୧୦.୩୦ ଯାଏଁ ସର୍ବସାଧାରଣ ଦର୍ଶନ ସମୟ ଧାର୍ଯ୍ୟ କରାଯାଇଛି । ସକାଳ ୧୦.୩୦ରୁ ଅପରାହ୍ନ ୨ଟା, ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା, ସନ୍ଧ୍ୟା ୬.୩୦ରୁ ରାତି ୯ଟା ଯାଏଁ, ଆଉ ୧୦.୩୦ରୁ ୧୧.୩୦ ଯାଏଁ ସାଧାରଣ ଦର୍ଶନ ବନ୍ଦ ରଖାଯିବ । ତେବେ ସାଧାରଣ ଦର୍ଶନ ପାଇଁ ଅପରାହ୍ନ ୨ରୁ ୩ଟା ଯାଏଁ ସମୟ ଧାର୍ଯ୍ୟ କରାଯାଇଛି । ଏହା ବ୍ୟତିତ ସନ୍ଧ୍ୟା ୬-୬.୩୦ ରାତି ୯.୦୦ରୁ ୧୦.୩୦ ଏବଂ ୧୧.୩୦ ରୁ ୧୨.୩୦ ଯାଏଁ ସାଧାରଣ ଦର୍ଶନର ଅନୁମତି ରହିଛି । ତେବେ ନୀତିକାନ୍ତିର ସମୟ ଅନୁସାରେ ଏହି ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇପାରେ ।