Pratidin TV

Odisha's Digital News Platform

୨ ଦିନ ପୂର୍ବରୁ ପାଇଥିଲେ ନିଯୁକ୍ତି, ହେଲେ ରିଲସ୍ ପାଇଁ ହରାଇଲେ ଚାକିରୀ…

1 min read

ଆଜିର ଦିନରେ ଅଧିକାଶଂ ଯୁବପିଢୀ ରିଲସ କରୁଛନ୍ତି । ରିଲିସ କରି ସୋସିଆଲ ମିଡିଆରେ ଭାଇରାଲ ହେବାପାଇଁ କିଏ ବା ଚାହେଁ । ଅତି କମ ସମୟ ମଧ୍ୟରେ ଲୋକପ୍ରିୟ ହେବା ପାଇଁ ଯୁବକ ଯୁତୀ ମାନେ ରିଲସ କରନ୍ତି । ସେଥିପାଇଁ ନିଜ ଝିବନକୁ ମଧ୍ୟ ବାଜି ଲଗାଇ ଦେବାକୁ ପଛାଉ ନାହାନ୍ତି । କେତେବେଳେ କେଉଁ ବିପଦପୁର୍ଣ୍ଣ ସ୍ଥାନରେ ତ ଆଉ କେତେବେଳେ ଦୁଃସାହସିକ କାର୍ଯ୍ୟ କରି ଭାଇରାଲ ହେବାକୁ ଚାହୁଁଛନ୍ତି । ସେହିପରି ଉତ୍ତରପ୍ରଦେଶରେ ଜଣେ କାର୍ଯ୍ୟରତ ମହିଳା ପୋଲିସଙ୍କ ପାଇଁ ରିଲସ କରିବା ମହଙ୍ଗା ପଡିଛି । ଡ୍ୟୁଟିରେ ଥାଇ ରିଲସ୍ କରିବା ଯୋଗୁଁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଶେଷରେ ଚାକିରୀ ହରାଇବାକୁ ପଡିଛି । ତେବେ ମହିଳା ପୋଲିସ ଜଣଙ୍କ ହେଉଛନ୍ତି କାନପୁରର ପ୍ରିୟଙ୍କା ମିଶ୍ର । ସେ ମାତ୍ର ୨ ଦିନ ପୂର୍ବରୁ ନିଯୁକ୍ତି ପାଇଥିଲେ ।

ପ୍ରିୟଙ୍କା୨୦୨୦ମସିହାରେ ପୋଲିସ ବିଭାଗରେ କନଷ୍ଟେବଳ ଭାବେ ନିଯୁକ୍ତି ପାଇଥିଲେ । ପରେ ସେ ଝାନ୍ସୀରେ ତାଲିମପ୍ରାପ୍ତ ହୋଇ ଆଗ୍ରା ଏମଏମ ଗେଟ ପୋଲିସ ଷ୍ଟେଶନର ମହିଳା ହେଲ୍ପ ଡେସ୍କରେ ପୋଷ୍ଟିଂ ହୋଇଥିଲେ । ହେଲେ ପ୍ରିୟଙ୍କା ଡ୍ୟୁଟିରେ ଥିବାବେଳେ ହାତରେ ରିଭଲଭର ଧରି ଏକ ରିଲ୍ସ ତିଆରି କରି ତାହାକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଯେଉଁଥିପାଇଁ ସେ ସୋସିଆଲ ମିଡିଆରେ ଟ୍ରୋଲ ହେବା ସହ ଡ୍ୟୁଟିରେ ଥାଇ ରିଲ୍ସ ତିଆରି କରିବା ଉପରେ ପ୍ରଶ୍ନ ଉଠାଇଥିଲେ । ଶେଷରେ ବାଧ୍ୟ ହୋଇ ପ୍ରିୟଙ୍କା ଚାକିରୀରୁ ଇସ୍ତଫା ଦେଇଥିଲେ । କିନ୍ତୁ କିରାଣୀ ଜିତେନ୍ଦ୍ର ପ୍ରିୟଙ୍କାଙ୍କ ଦୋଷ ଘୋଡାଇ ତାଙ୍କୁ ଆଉ ଥରେ ଚାକିରୀରେ ଯୋଗ ଦେବାକୁ କହିଥିଲେ । ଯେଉଁଥିପାଇଁ ପୁଣିଥରେ ପ୍ରୟଙ୍କା ଚାକିରୀରେ ଯୋଗ ଦେଇଥିଲେ । କିନ୍ତୁ ଏହି ଏହି ମାମଲା ସମ୍ପର୍କରେ ପୋଲିସ କମିଶନର ଜାଣିବା ପରେ କିରାଣୀଙ୍କୁ ନିଲମ୍ବନ କରିଥିଲେ । ଏହା ସହିତ ପ୍ରିୟଙ୍କା ଶର୍ମାଙ୍କ ପୋଲିସ ସେବାକୁ ଫେରିବା ଆଦେଶ ମଧ୍ୟ ବାତିଲ କରାଯାଇଥିଲା । ଫଳରେ ୨ ଦିନପରେ ପୁଣି ପ୍ରୟଙ୍କା ନିଜର ଚାକିରୀ ହରାଇଥିଲେ ।

Advertisement

Leave a Reply

Your email address will not be published. Required fields are marked *