Pratidin TV

Odisha's Digital News Platform

କଟକ ଭସାଣି ଆସିଲା ଗାଇଡଲାଇନ୍ ; ବନ୍ଦ ରହିବ ଏସବୁ ମୁଖ୍ୟ ରାସ୍ତା, ଅମାନ୍ୟ କଲେ ଗଣିବେ ଫାଇନ୍ ….

1 min read

କଟକ ; ମାଙ୍କ ଆଗମନ ଖୁସିରେ ଭକ୍ତଙ୍କ ଭିଡ ଯେତିକି ଥାଏ ତାଠୁ ଅଧିକ ଭିଡ ମାଙ୍କ ବିଦାୟୀ ବା ବିସର୍ଜନ ସମୟରେ । ୯ ଦିନ ପାଇଁ ମା ଧରାପୃଷ୍ଠରେ ଅବତରଣ କରିବା ଯୋଗୁ ଖୁସି ଉଲ୍ଲାସରେ ଭରିଯାଏ ଥାଏ । ସେହିଭଳି ମାଙ୍କ ବିସର୍ଜନ ବା ବିଦାୟ ଦୁଃଖରେ ସାମିଲ ହୁଅନ୍ତି ପୁରା ଅଞ୍ଚଳବାସୀ । ଏନେଇ ରାସ୍ତା ବଜାର ଘାଟ ସବୁ ଠପ୍ । କାରଣ ମାଙ୍କ ବିଦାୟ ଦର୍ଶନ ପାଇଁ ସମସ୍ତେ ବ୍ୟାକୁଳ । କିଏ ଜାଣେ ଆରବର୍ଷକୁ ମା ତ ଆସିବ କିନ୍ତୁ ତାକୁ ଦେଖିବାର ସ୍ୱଭାଗ୍ୟ ଥିବ କି ନାହିଁ ।

ତେବେ ଆସନ୍ତାକାଲି ସିଲଭର୍ ସିଟି କଟକରେ ଦୁର୍ଗାପୂଜା ଭସାଣି । ହେଲେ ତା’ପୂର୍ବରୁ କମିଶନରେଟ୍ ପୋଲିସ୍ ପକ୍ଷରୁ ରାସ୍ତାରେ ଯାନବାହାନ ଚଳାଚଳ ନେଇ ଗାଇଡଲାଇନ୍ ଜାରି କରାଯାଇଛି । ଗାଇଡଲାଇନ ଅନୁସାରେ ଭସାଣ ବେଳେ ମୁଖ୍ୟ ରାସ୍ତାରେ ଯାନବାହାନ ଯିବାକୁ ଦିଆଯିବ ନାହିଁ। କାଲି ସକାଳ ୭ ଘଟିକା ଠାରୁ ୨୬ ତାରିଖ ଦୁର୍ଗାପୂଜା ଭସାଣି ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ।

Advertisement

କଲେଜ ଛକ ଠାରୁ ବକ୍ସିବଜାର ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ମନା । ସେହିପରି ତିନିକୋଣିଆ ବଗିଚା ଦେଇ ଚାନ୍ଦିନୀ ଚୌକ ଛକ ପର୍ଯ୍ୟନ୍ତ ଗାଡ଼ି ମନା। ଚୌଧୁରୀ ବଜାର ଛକ ଠାରୁ ପୂର୍ଣ୍ଣସାହି ଛକ ପର୍ଯ୍ୟନ୍ତ ବି କଟକଣା ଲାଗିଛି । ଯାଉଁଳିଆପଟି ଓ ଫିରିଙ୍ଗି ବଜାର ଦେଇ ଦେବୀଗଡ଼ା ପର୍ଯ୍ୟନ୍ତ, ଚଣ୍ଡୀ ଛକରୁ ଶେଖ ବଜାର, ମହମ୍ମଦିଆ ବଜାରରୁ ଚାନ୍ଦିନୀ ଚୌକ ମନା । ମେଢ଼ ଯାଉ ନ ଥିବା ସମୟରେ ଟ୍ରାଫିକ ନିର୍ଦ୍ଦେଶରେ ଗାଡ଼ି ଯାଇପାରିବ । ଲାଗୁ ହୋଇଥିବା କଟକଣା ଉଲ୍ଲଂଘନ କଲେ ୫୦୦ରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ ।

Leave a Reply

Your email address will not be published. Required fields are marked *