Pratidin TV

Odisha's Digital News Platform

ପରିବାରରେ ରହିଛି ଦେଶ ସେବା କରିବା ନିଶା, ଇଏ ହେଉଛନ୍ତି ଭାରତର ପ୍ରଥମ ଏୟାର ମାର୍ଶଲ ଦମ୍ପତି

1 min read

ସବୁ ଦମ୍ପତି ଏକତ୍ର କାମ କରିବାକୁ ଚାହାଁନ୍ତି ଏବଂ ଆପଣ ବି ଅନେକ ଦମ୍ପତିଙ୍କ ସଫଳତାର କାହାଣୀ ଶୁଣିଥିବେ ନିଶ୍ଚୟ । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଦମ୍ପତି ଙ୍କ କଥା କହିବୁ ସେ ସମ୍ପୂର୍ଣ୍ଣ ଭିନ୍ନ ଅଟନ୍ତି । କାରଣ ସେମାନେ ଏଭଳି ସ୍ୱାମୀ ସ୍ତ୍ରୀ ଯିଏ ଏକତ୍ର ଦେଶ ପାଇଁ କାମ କରିବାକୁ ବାଛିଥିଲେ । ଆଜ୍ଞା ହଁ ଆମେ କହୁଛୁ ଭାରତୀୟ ବାୟୁସେନାର ଏୟାର ମାର୍ଶଲ ଡ.ସାଧନା ସକ୍ସେନା ଏବଂ ତାଙ୍କ ସ୍ୱାମୀ କେପି ନାୟରଙ୍କ କଥା ।ଉଭୟ ୩ଷ୍ଟାର ଜେନରାଲ ଅଟନ୍ତି । ତେବେ ସାଧନା ସକ୍ସେନା ନାୟାରଙ୍କୁ ଭାରତୀୟ ବାୟୁସେନାର ଏୟାର ମାର୍ଶଲ ପାହ୍ୟାକୁ ପଦୋନ୍ନତି କରଯାଇଛି । ତେବେ ପଦେନ୍ନାତି ପରେ ସେ ବର୍ତ୍ତମାନ ଭାରତୀୟ ବାୟୁସେନାର ହସ୍ପିଟାଲ ସର୍ଭିସେସର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ । ସେ ପ୍ରଥମ ମହିଳା ଅଧିକାରୀ ଭାବେ ଏହି ସମ୍ମାନ ଜନକ ପଦବୀ ପାଇଛନ୍ତି ।

ତାଙ୍କ ସ୍ୱାମୀ କେ ପି ନାୟାର ମଧ୍ୟ ଜଣେ ଭାରତୀୟ ସେନାର ଲଢୁଆ ପାଇଲଟ ଥିଲେ । ସେ ୨୦୧୫ରେ ଭାରତୀୟ ବାୟୁସେନାର ନିରୀକ୍ଷଣ ଏବଂ ବିମାନ ସୁରକ୍ଷା ମହାନିର୍ଦ୍ଦେଶକ ପଦରୁ ଅବସର ନେଇସାରିଛନ୍ତି । ରିପୋର୍ଟ ମୁତାବକ ଏହି ଦମ୍ପତିଙ୍କ ପୂର୍ବରୁ ୨୦୨୦ରେ ଭାରତୀୟ ସେନାରେ ଲେଫ୍ଟନାଣ୍ଟ ଜେନେରାଲ ମାଧୁରୀ କାନୀତକର ଏବଂ ତାଙ୍କ ସ୍ୱାମୀ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ କାନୀତକର ୩ଷ୍ଟାର ଦମ୍ପତି ରହି ସାରିଛନ୍ତି । ଏୟାର ମାର୍ଶଲ ସାଧନା ନାୟାରଙ୍କ ପରିବାରର ୩ ପିଡି ଗତ ୭୦ ବର୍ଷ ଧରି ବାୟୁସେନାରେ ସେବା କରିବାର ଗୌରବ ଅର୍ଜନ କରିଛନ୍ତି । ତାଙ୍କ ବାପା ଓ ଭାଇ ମଧ୍ୟ ଭାରତୀୟ ବାୟୁସେନାରେ ଡାକ୍ତର ଥିବା ବେଳେ ପୁଅ ଜଣେ ଫାଇଟର ପାଇଲଟ୍ ।

Advertisement

Leave a Reply

Your email address will not be published. Required fields are marked *