Pratidin TV

Odisha's Digital News Platform

ପ୍ରେମିକ ସହ ସ୍ତ୍ରୀକୁ ଦେଖି ସହିପାରିଲାନି ସ୍ୱାମୀ, ଚଢାଇ ଦେଲା ଟ୍ରକ…

1 min read

ପରକ୍ରିୟାପ୍ରୀତି ପାଇଁ ଚାଲିଗଲା ତିନି ତିନିଟି ଜୀବନ । ସ୍ୱାମୀକୁ ଛାଡି ପ୍ରେମିକ ସହ ନିଜ ନାବାଳକ ପୁଅକୁ ନେଇ ରହୁଥିଲା ସ୍ତ୍ରୀ । ହେଲେ ସ୍ତ୍ରୀକୁ ପ୍ରେମିକ ସହ ଦେଖି ରାଗ ନିୟନ୍ତ୍ରଣ କରିପାରୁନଥିଲା ସ୍ୱାମୀ । ଶେଷରେ ସ୍ତ୍ରୀ ସହ ପ୍ରେମିକ ଓ ନିଜର ପୁଅର ଜୀବନ ନେଇିଗଲା ସ୍ୱାମୀ । ହଁ ଆଜ୍ଞା ଗୁଜୁରାଟର ରାଜକୋଟରେ ଏପରି ଏକ ଦୁଃଖଦ ଘଟଣା ଘଟିଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି । ସୂଚନା ମୁତାବିକ ପାରୁଲବେନ ନାମକ ଜଣେ ମହିଳା ସ୍ୱାମୀଙ୍କ ଠାରୁ ଛାଡପତ୍ର ନେଇ ତାଙ୍କ ପ୍ରେମିକଙ୍କ ସହ ରହୁଥିଲେ । ନିଜ ୧୧ ବର୍ଷର ପୁଅକୁ ବି ନେଇ ପାଖରେ ରଖିଥିଲେ । ଯାହାକୁ ନେଇ କ୍ରୋଧ ନିୟନ୍ତ୍ରଣ କରିପାରିନ ଥିଲେ ସ୍ୱାମୀ । ଯେତେବେଳେ ସ୍ତ୍ରୀ ପାରୁଲବେନ କୋଥରିଆ ଅଞ୍ଚଳ ନିକଟ ମୁଖ୍ୟ ରାଜପଥରେ ନିଜ ପ୍ରେମିକ ସହ ପୁଅକୁ ନେଇ ଯାଉଥିଲେ । ସେତେବେଳେ ତାଙ୍କ ସ୍ୱାମୀ ଦେଖି ଅତ୍ୟଧିକ ରାଗିଯାଇଥିଲେ । ଫଳରେ ସେମାନେ ବାଇକରେ ଯାଉଥିବା ବେଳେ ସ୍ୱାମୀ ସେମାନଙ୍କ ଉପରେ ଟ୍ରକ୍ ଚଢାଇ ଦେଇଥିଲେ । ଏହି ଦୁର୍ଘଟଣାରେ ତିନିଜଣ ଗୁରୁତର ଆହତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ନାବାଳିକ ପୁଅକୁ ମୃତ ଘୋଷଣା କରାଯାଇଥିଲା । ପରେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀ ଓ ତାର ପ୍ରେମିକ ପ୍ରାଣ ହରାଇଥିଲେ । ପରେ ଏହି ଦୁର୍ଘଟଣାର ତଦନ୍ତ କରି ପୋଲିସ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିଛି ।

Advertisement

Leave a Reply

Your email address will not be published. Required fields are marked *