Pratidin TV

Odisha's Digital News Platform

ଗର୍ଭବତୀ ମହିଳା ମାନେ କାହିଁକି ଦେଖନ୍ତି ନାହିଁ ଗ୍ରହଣ…

1 min read

ହିନ୍ଦୁ ଧର୍ମରେ ଚନ୍ଦ୍ରଗ୍ରହଣ ଅତ୍ୟନ୍ତ ଅଶୁଭ ବୋଲି ବିବେଚନା କରାଯାଏ । ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଅକ୍ଟୋବର ୨୮ ତାରିଖ ତଥା କୁମାର ପୂର୍ଣ୍ଣିମାରେ ଲାଗିବାକୁ ଯାଉଛି । ଯାହା ଭାରତରେ ମଧ୍ୟ ଆଂଶିକ ରୂପରେ ଦୃଶ୍ୟମାନ ହେବ । ଶାସ୍ତ୍ର ଅନୁଯାୟୀ, ଯେଉଁଠାରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୁଏ ସେଠାରେ ସୂତକ କାଳ ମଧ୍ୟ ବୈଧ ଅଟେ । ସୂତକ କାଳ ଅର୍ଥାତ ଚନ୍ଦ୍ରଗ୍ରହଣ ଲାଗିବାର ୯ ଘଣ୍ଟା ପୂର୍ବରୁ ଗ୍ରହଣ ଶେଷ ପର୍ଯ୍ୟନ୍ତ ସମସ୍ତ ଧାର୍ମିକ କାର୍ଯ୍ୟକଳାପ ଏବଂ ସାମାଜିକ କାର୍ଯ୍ୟକଳାପ ନିଷେଧ କରାଯାଏ । ବିଶେଷକରି ଗର୍ଭବତୀ ମହିଳାମାନଙ୍କ ପାଇଁ ଚନ୍ଦ୍ର ଗ୍ରହଣ ଅତ୍ୟନ୍ତ ଅଶୁଭ ବୋଲି ବିବେଚନା କରାଯାଇଥାଏ । କାରଣ ଏହା ଶିଶୁର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ । ତେବେ ଚନ୍ଦ୍ରଗ୍ରହଣ ସମୟ ମଧ୍ୟରେ ଗର୍ଭବତୀ ମହିଳାମାନେ କ’ଣ କରିବା ଉଚିତ୍ ବା ଅନୁଚିତ ଆସନ୍ତୁ ଜାଣିବା…..

ବୈଜ୍ଞାନିକ ଦୃଷ୍ଟି କୋଣ ଅନୁଯାୟୀ, ଯେତେବେଳେ ସୂର୍ଯ୍ୟ, ପୃଥିବୀ ଏବଂ ଚନ୍ଦ୍ର ଗୋଟିଏ ସରଳ ରେଖାରେ ଆସନ୍ତି ଏବଂ ପୃଥିବୀର ଛାୟା ଚନ୍ଦ୍ର ଉପରେ ପଡ଼ିବା ଆରମ୍ଭ କରେ, ସେତେବେଳେ ଚନ୍ଦ୍ରଗ୍ରହଣ ହୁଏ । ସାଧାରଣତଃ ଚନ୍ଦ୍ରଗ୍ରହଣ କେବଳ ପୂର୍ଣ୍ଣିମା ଦିନ ହୋଇଥାଏ । କିନ୍ତୁ ଧାର୍ମିକ ବିଶ୍ୱାସ ଅନୁଯାୟୀ, ଯେତେବେଳେ ରାହୁ ଚନ୍ଦ୍ରଙ୍କୁ ଗ୍ରାସ କରେ, ସେତେବେଳେ ଚନ୍ଦ୍ରଗ୍ରହଣ ହୁଏ । ତେବେ ତିନି ପ୍ରକାରର ଚନ୍ଦ୍ରଗ୍ରହଣ ରହିଛି । ଗୋଟର ହେଇଛି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଆଉ ଗୋଟେ ଆଂଶିକ ଏବଂ ଅନ୍ୟଟି ଉପଛାୟା । ଯେତେବେଳେ ପୃଥିବୀର ଛାୟା ଚନ୍ଦ୍ରର କିଛି ଅଂଶରେ ପଡ଼େ ଏହାକୁ ଖଣ୍ଡଗ୍ରାସ ତଥା ଆଂଶିକ ଚନ୍ଦ୍ରଗ୍ରହଣ କୁହାଯାଏ । ୨୯ ଅକ୍ଟୋବର ଚନ୍ଦ୍ରଗ୍ରହଣ ରାତି ୦୧.୦୬ ରୁ ଆରମ୍ଭ ହୋଇ ରାତି ୦୨.୨୨ ରେ ଶେଷ ହେବ । କୁମାର ପୂର୍ଣ୍ଣିମା ଦିନ ଅର୍ଥାତ୍ ୨୮ ଅକ୍ଟୋବର ୨୦୨୩ ଅପରାହ୍ନ ୨.୫୨ ରୁ ସୂତକ କାଳ ଆରମ୍ଭ ହେବ, ଯାହା ଚନ୍ଦ୍ରଗ୍ରହଣ ଶେଷ ହେବା ପରେ ହିଁ ଶେଷ ହେବ । ଏହି ସମୟରେ ଗର୍ଭବତୀ ମହିଳାମାନେ ଚନ୍ଦ୍ରଗ୍ରହଣ ସମୟରେ ଏହି କାର୍ଯ୍ୟ କରିବା ଉଚିତ୍ ନୁହେଁ…

Advertisement

ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ରର କିରଣ ଦୂଷିତ ହୁଏ, ତେଣୁ ଗର୍ଭବତୀ ମହିଳାମାନେ ଏହି ଦିନ ଭୁଲରେ ମଧ୍ୟ ଘରୁ ବାହାରକୁ ଯିବା ଉଚିତ୍ ନୁହେଁ । ଏହା ଶିଶୁର କ୍ଷତି କରିପାରେ ।
ଗର୍ଭବତୀ ମହିଳାମାନେ ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ରକୁ ଦେଖିବା ଉଚିତ୍ ନୁହେଁ, ଏହା ମା ତଥା ଶିଶୁ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।
ଗର୍ଭବତୀ ମହିଳାମାନେ ଚନ୍ଦ୍ରଗ୍ରହଣ ସମୟରେ ଛୁଞ୍ଚି, ଛୁରୀ, କଇଁଚି ପରି ତୀକ୍ଷ୍ଣ ଜିନିଷଠାରୁ ଦୂରରେ ରହିବା ଉଚିତ୍ ।
ବିଶ୍ୱାସ ଅନୁଯାୟୀ, ଚନ୍ଦ୍ରଗ୍ରହଣ ସମୟରେ ନକାରାତ୍ମକ ଶକ୍ତିମାନେ ପ୍ରାଧାନ୍ୟ ଦେବା ଆରମ୍ଭ କରନ୍ତି । ଏଭଳି ପରିସ୍ଥିତିରେ ଗର୍ଭବତୀ ମହିଳାମାନେ ଚନ୍ଦ୍ରଗ୍ରହଣ ସମୟରେ ହନୁମାନ ଚାଳିସା, ବିଷ୍ଣୁ ସହସ୍ତ୍ରନାମ୍‌, ଆଦିତ୍ୟ ହୃଦୟ ଷ୍ଟ୍ରୋତ, ବିଷ୍ଣୁ ହସ୍ତାକ୍ଷରୀ ମନ୍ତ୍ର ଏବଂ ପଞ୍ଚକ୍ଷରୀ ମନ୍ତ୍ର ଜପ କରିବା ଉଚିତ୍ ।

Leave a Reply

Your email address will not be published. Required fields are marked *