Pratidin TV

Odisha's Digital News Platform

ଶ୍ରେଷ୍ଠ ଗରବା ପୁରସ୍କାର ପାଇଲା ଝିଅ,ପରେ ବାପାଙ୍କୁ ନେଇ ହତ୍ୟା କଲେ ଗରବା ଆୟୋଜକ…

1 min read

ବାପାଙ୍କୁ ପିଟି ପିଟି ହତ୍ୟା କଲେ । ତେଣେ ଝିଅକୁ ଶ୍ରେଷ୍ଟ ଗରବା ପୁରସ୍କାର ଦେଲେ । ୧୧ ବର୍ଷର ଝିଅ ପୁରସ୍କାର ପାଇବାର ଖୁସି ଯେମିତି ଦୁଃଖରେ ପରିଣତ ହୋଇଗଲା । ଗୁଜୁରାଟର ପୋରବନ୍ଦର ସହରରୁ ଏପରି ଏକ ଦୁଖଃଦ ଘଟନା ସାମ୍ନାକୁ ଆସିଛି । ସେଠାକାର ନବରାତ୍ରୀ କାର୍ଯ୍ୟକ୍ରମର ସଂଗଠକଙ୍କ ସମେତ ୬ ଜଣ ଲୋକ ଝିଅଟିର ବାପାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମଙ୍ଗଳବାର ରାତିରେ ନବରାତ୍ରୀ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ସେଥିରେ ଜଣେ ୧୧ ବର୍ଷିୟ କ୍ରୁପାଲି ଓଡେଡାରା ନାମକ ଝିଅ ଭାଗ ନେଇଥିଲେ । ପରେ ତାଙ୍କୁ ଦୁଇଟି ଶ୍ରେଣୀରେ ପୁରସ୍କାର ପାଇବା ମନୋନୀତ କରାଯାଇଥିଲା । କିନ୍ତୁ ତାଙ୍କୁ ଗୋଟିଏ ପୁରସ୍କାର ଦିଆଯାଇଥିଲା । ଯେତେବେଳେ ତାଙ୍କ ମା ମାଲି ତାଙ୍କୁ ସେହି ସ୍ଥାନକୁ ଝିଅକୁ ଆଣିବା ପାଇଁ ଯାଇଥିଲେ, ସେତେବେଳେ ଝିଅ ତାଙ୍କୁ ଜଣାଇଥିଲା ଯେ ତାଙ୍କୁ କେବଳ ଗୋଟିଏ ପୁରସ୍କାର ମିଳିଛି ବୋଲି । ଏହା ପରେ ମାଲି ଗାରବା ଆୟୋଜକ ରାଜୁ କେସୱାଲାଙ୍କ ନିକଟକୁ ଯାଇ ଏ ବିଷୟରେ ପଚାରିଥିଲେ । କିନ୍ତୁ ସେ ଏଥିରେ ରାଗିଯାଇ ଇଭେଣ୍ଟ ଶେଷ ହୋଇଥିବାରୁ କିଛି କରାଯାଇପାରିବ ନାହିଁ ବୋଲି କହିଥିଲେ । ପରେ ତାଙ୍କୁ ଗାଳିଗୁଲଜ କରିଥିଲେ । ଫଳରେ ଝିଅର ମା ଏବଂ କେସୱାଲାଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହି ସମୟରେ କେଶୱାଲାର ପତ୍ନୀ ତଥା ସହ-ସଂଗଠକ ରାଜା କୁଚାଦିଆ ସେଠାକୁ ଆସି ମାଲିଙ୍କୁ ତୁରନ୍ତ ସେ ସ୍ଥାନ ଛାଡି ବାକୁ କହିଥିଲେ । ନଚେତ ତାଙ୍କୁ ହତ୍ୟା କରାଯିବ ବୋଲି ଧମକ ମଧ୍ୟ ଦେଇଥିଲେ । ମାଲି ରାତି ପ୍ରାୟ ୧ ଟାରେ ଘରକୁ ଫେରି ସ୍ୱାମୀ ସରମାନଙ୍କ ସହ ତାଙ୍କ ଘର ବାହାରେ ବସିଥିଲେ । ସେହି ସମୟରେ ଚାରିଟି ବାଇକ ରେ ଆସି ସାରମାନଙ୍କୁ କାଠ ଫାଲିଆରେ ଆକ୍ରମଣ କରିଥିଲେ । ପରେ ଅଭିଯୁକ୍ତ ସେମାନେ ସରମନଙ୍କୁ ଜୋର ଜବରଦସ୍ତ ଉଠାଇ ଗରବା ସ୍ଥାନକୁ ନେଇ ସେଠାରେ ପୁଣି ପିଟିଥିଲେ । ପତ୍ନୀ ପୋଲିସକୁ ସୂଚନା ଦେଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରୁ ସରମାନଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ପୋଲିସ ଅଭିଯୁକ୍ତଙ୍କ ନାଁରେ ହତ୍ୟା, ଅପହରଣ ଓ ଦଙ୍ଗା ଭଳି ବିଭିନ୍ନ ଦଫା ଲଗାଇ ମାମଲା ରୁଜୁ କରିଛି ।

Advertisement

Leave a Reply

Your email address will not be published. Required fields are marked *