Pratidin TV

Odisha's Digital News Platform

ଜାଣନ୍ତୁ ଶରୀର ତଥା କେଶ ପାଇଁ କେତେ ଲାଭଦାୟକ ନିମ୍ବପତ୍ର…

1 min read

ସମସ୍ତେ ଜାଣନ୍ତି ଯେ ନିମ୍ବପତ୍ର ପାଟିକୁ ପିତା ଲାଗେ । ସେଥିପାଇଁ ଆମର ଚର୍ମ ସମ୍ବନ୍ଧୀୟ ରୋଗରେ ଆମେ ଲିମ୍ବପତ୍ର ବ୍ୟବହାର କରିଥାଉ । କିନ୍ତୁ ଆପଣ ଶୁଣିଥିବେ ନିଶ୍ଚୟ ଯେ ନିମ୍ବପତ୍ର ଖାଇବା ଦ୍ୱାରା ଆମ ଶରୀର ପାଇଁ କେତେ ଲାଭ ଦାୟକ ହୋଇଥାଏ । ଆୟୁର୍ବେଦ ଓ ପାରମ୍ପରିକ ଚିକିତ୍ସାରେ ନିମ୍ବପତ୍ରକୁ ଔଷଧ ରୁପେ ବୂବହାର କରାଯାଏ । ଏହା ବ୍ୟତୀତ ଗବେଷଣାରେ ବୈଜ୍ଞାନିକମାନେ ମଧ୍ୟ ଲିମ୍ବପତ୍ରର ଔଷଧୀୟ ଗୁଣ ବିଷୟରେ ଅନେକକଥା ଦର୍ଶାଇଛନ୍ତି । ପ୍ରତି ଦିନ ଖାଲିପେଟରେ ନିମ୍ବପତ୍ର ଖାଇବା ଦ୍ୱାରା ଆମ ଶରୀରର ବିଭିନ୍ନ ରୋଗ ଭଲ ହୋଇଯାଇଥାଏ ବୋଲି ବିଶେଷଜ୍ଞମାନେ ମଧ୍ୟ ମତ ଦେଇଛନ୍ତି । ତାହାହେଲେ ଆସନ୍ତୁ ଜାଣିବା ନିମ୍ବପତ୍ର ଖାଇବା ଦ୍ୱାରା ଆମ ଶରୀର ପାଇଁ କ’ଣ ଫାଇଦା ହୋଇଥାଏ ।

କୁହାଯାଇଛି ଯେ ମଧୁମେହ ରୋଗୀମାନେ ଯଦି ପ୍ରତିଦିନ ସକାଳେ ଖାଲି ପେଟରେ ଲିମ୍ବ ପତ୍ର ଖାଆନ୍ତି, ତାହାହେଲେ ସେମାନଙ୍କର ବ୍ଲଡ ସୁଗାର କଣ୍ଟ୍ରୋଲ ରହିଥାଏ । ଶରୀର ପାଇଁ ଲାଭଦାୟକ ହୋଇଥାଏ ।ଲିମ୍ବପତ୍ରର ଏପରି ଔଷଧୀୟ ଗୁଣ ରହିଛି, ଯାହା ଆମ ଶରୀରର ରକ୍ତକୁ ପରିଷ୍କାର ରଖିଥାଏ । ପ୍ରତିଦିନ ସକାଳେ ଖାଲିପେଟରେ ଏହାକୁ ଖାଇଲେ ଆମ ରକ୍ତରେ ଥିବା ବିଷାକ୍ତ ପଦାର୍ଥକୁ ନଷ୍ଟ କରି ଦେଇଥାଏ । ଯାହାଫଳରେ ଆମ ଶରୀରକୁ ବିଭିନ୍ନ ରୋଗଦାଉରୁ ରକ୍ଷା କରିଥାଏ । ଏହା ବ୍ୟତୀତ ଆମର ହଜମ ସମସ୍ୟାକୁ ଠିକ୍ କରିଥାଏ ଲିମ୍ବପତ୍ର । ଆପଣଙ୍କର ଯଦି ଖାଦ୍ୟ ହଜମ ହେବାରେ କୈାଣସି ଅନୁବିଧା ହେଉଛି, ତେବେ ପ୍ରତିଦିନ ସକାଳେ ଆପଣ ନିମ୍ବପତ୍ରକୁ ପାଣିରେ ସିଜାଇ ତାର ପାଣିକୁ ପିଇଲେ ପେଟରେ ଅମ୍ଲ ହୋଇ ନଥାଏ । କେବେ ପେଟରେ ଯନ୍ତ୍ରଣା ମଧ୍ୟ ହୋଇନଥାଏ । ଏହା ଆମ ଶରୀରରେ ବିଷାକ୍ତ ପଦାର୍ଥକୁ ବାହାର କରି ପେଟସଫା କରିବାରେ ସାହାଯ୍ୟ କରିଥାଏ ନିମ୍ବ ପତ୍ରରେ ଭିଟାମିନ୍ ଓ ମିନେରାଲ୍ସ ରହିଥାଏ । ଏହା ଖାଇବା ଦ୍ୱାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ । ଯାହାଫଳରେ ଆମ ଶରୀରକୁ ରୋଗ ଦାଉରୁ ରକ୍ଷା କରିଥାଏ । ତେବେ ଖାଲି ଶରୀର ପାଇଁ ନୁହେଁ ଏହା କେଶ ପାଇଁ ମଧ୍ୟ ବେଶ ସହାୟକ ହୋଇଥାଏ । ନିମ୍ବପତ୍ରକୁ ପାଣିରେ ପକାଇ ତାକୁ ସିଝାନ୍ତୁ । ଏବଂ ସେହି ପାଣି ଦ୍ୱାରା କେଶ ଧୋଇଲେ ଏହାର ମୁଳ ମଜବୁତ ହେବା ସହ ରୂପି ସମସ୍ୟା ମଧ୍ୟ ଦୂର ହୋଇଥାଏ ।

Advertisement

Leave a Reply

Your email address will not be published. Required fields are marked *