Pratidin TV

Odisha's Digital News Platform

ସେବାୟତଙ୍କ ବିବାଦ ଯୋଗୁଁ ଉପାସରେ ଲିଙ୍ଗରାଜ, ମଙ୍ଗଳଆଳତି ପରଠୁ ଆଉ ହୋଇନି ନୀତିକାନ୍ତ..

1 min read

ଭୁବନେଶ୍ୱର : ଥମୁନି ଲିଙ୍ଗରାଜ ମନ୍ଦିର ସେବାୟତଙ୍କ ବିବାଦ । ସେମାନଙ୍କ ପାଇଁ ବୁଧବାରଠୁ ଉପାସରେ ଅଛନ୍ତି ମହାପ୍ରଭୁ ଲିଙ୍ଗରାଜ । ଗତକାଲି ମଙ୍ଗଳ ଆଳତି ପରଠାରୁ ଆଉ ଠାକୁରଙ୍କର କୌଣସି ନୀତିକାନ୍ତି ହୋଇନାହିଁ । ଅର୍ପଣ ହେଲାନି ମଙ୍ଗଳ ଆଳତି । ଜମି ବିବାଦକୁ ନେଇ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକୁ ଅଣଦେଖା । ଗତକାଲି ସକାଳୁ ସିଂହଦ୍ୱାର ଫିଟା ନୀତି ସରିବା ପରେ ହୋଇ ନଥିଲା ଆଳତୀ ନୀତି । ଏ ସବୁ ନୀତି ବ୍ରାହ୍ମଣ ପତ୍ରି ଓ ପୂଜା ପଣ୍ଡା ନିଯୋଗ କମିଟି କରିବା କଥା । ହେଲେ ସେମାନେ ଅନୁପସ୍ଥିତ ରହିବାରୁ ନୀତିକାନ୍ତି ହୋଇ ନଥିଲା । ଅନ୍ୟପଟେ ଅବକାଶ ନୀତି ବଡୁ ନିଯୋଗ କରିଛି । ନୀତି ବିଭ୍ରାଟ ପଛରେ ଲିଙ୍ଗରାଜଙ୍କ ଜାଗାକୁ ନେଇ ୩ ନିଯୋଗ ମଧ୍ୟରେ ରହିଛି ବିବାଦ । ଲିଙ୍ଗରାଜଙ୍କ ୨ ଏକର ଜମିରେ ବଡୁ ନିଯୋଗ ପକ୍ଷରୁ ଚାଲିଥିବା ଦୋକାନଘର ନିର୍ମାଣକୁ ବିରୋଧ କରି ସେବା କରୁନାହାନ୍ତି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ । ତେଣୁ ପ୍ରଶାସନ ବି ନିଦାବିଷ୍ଣୁ ସାଜି ବସିଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଭକ୍ତ ।

ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗର ସେବାୟତ ଅନୁପସ୍ଥିତ ଥିବାରୁ ନୀତିକାନ୍ତି ହୋଇପାରିନାହିଁ । ମନ୍ଦିର ପ୍ରଶାସନକୁ ଏ ବାବଦରେ ଲିଖିତ ଆକାରରେ ଜଣାଇଦିଆଯାଇଛି । ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ଏହା ପଛରେ ଷଡଯନ୍ତ୍ର ଥିବା ଅଭିଯୋଗ କରି ନୀତିକାନ୍ତି ବନ୍ଦ କରିଛନ୍ତି । ସେପଟେ ବଡୁ ନିଯୋଗ କହିଛି, ଆମ ପକ୍ଷରୁ ସବୁ ନୀତିକାନ୍ତି କରାଯାଉଛି । କିଏ କଣ ଅଭିଯୋଗ ଆଣିଛି ଆମେ ଜାଣିନାହୁଁ । ବିଭିନ୍ନ କାରଣରୁ ବାରମ୍ବାର ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହୁଛି । ଠାକୁର ଉପାସରେ ରହୁଛନ୍ତି । ଏବେ ଦୁର୍ଗାପୂଜା ସମୟରେ ସ୍ୱଂୟ ପ୍ରଭୁ ଲିଙ୍ଗରାଜ ଉପାସ ରହିବା ଭକ୍ତଙ୍କୁ ବ୍ୟଥିତ କରିଛି । ଏବେ ବିବାଦର ସମାଧାନ ନେଇ ମନ୍ଦିର ପ୍ରଶାସନର ନିଷ୍ପତିକୁ ସମସ୍ତେ ଅପେକ୍ଷା କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *