Pratidin TV

Odisha's Digital News Platform

୩୩ ବର୍ଷ ପରେ ପୁଣି ନିଜର ଯାଦୁ ଦେଖାଇବେ ଅମିତାଭ ବଚ୍ଚନ-ରଜନୀକାନ୍ତ, ଫଟୋ ସେୟାର କରି ଦେଲେ ହିଣ୍ଟସ୍‌…

1 min read

ବଲିଉଡର ରେ ଅମିତାଭ ବଚ୍ଚନ ଏବଂ ସାଉଥ ତଥା ଟଲିଉଡରେ ରଜନୀକାନ୍ତଙ୍କୁ କି ବା ନ ଜାଣ । ସାରା ବିଶ୍ୱରେ ରହିଛନ୍ତି ଏମାନଙ୍କ କୋଟି କୋଟି ଫ୍ୟାନ୍ସ । ଏହି ୨ କଳାକାରଙ୍କ ଅଭିନୟରେ ପାଗଳ ପୂରା ଦେଶ । ସେମାନଙ୍କ ଫିଲ୍ମ ରିଲିଜ ହେଲେ ବଡ ଠୁ ଆରମ୍ଭ କରି ଛୋଟ ହଲ ପର୍ଯ୍ୟନ୍ତ ସବୁ ହୋଇ ଯାଏ ହାଉସଫୁଲ । ଏହି ଦୁଇ କଳାକାରଙ୍କ ଲୋକ ଭଗବାନ ରୂପେ ପୂଜା କରି ଆସୁଛନ୍ତି । ତେବେ ଏହି ଦୁଇ ବ୍ଲକବଷ୍ଟର ହିରୋ ଯଦି ଏକାଠି ପରଦାକୁ ଆସିବେ ତେବେ କଣ ହେବ ଆପଣ ଜାଣିଛନ୍ତି ତ । ତେବେ ଏହା କୌଣସି ଗୁଜବ ନୁହେଁ ସତ ।

ରଜନୀକାନ୍ତ ଖୁବ୍ ଶୀଘ୍ର ଅମିତାଭ ବଚ୍ଚନଙ୍କ ସହ କାମ କରିବାକୁ ଯାଉଛନ୍ତି । ୩୩ ବର୍ଷ ପରେ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଥଲାଇଭା ରଜନୀକାନ୍ତଙ୍କୁ ଗୋଟିଏ ଫ୍ରେମରେ ଦେଖିବାକୁ ମିଳିବ । ତେବେ ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ଥଲାଇଭା୧୭୦ରେ ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ମିଳିବ । ତେବେ ଏହା ଆମେ କହୁଛି ନିଜେ ଥଲାଇଭା ଫଟୋ ପୋଷ୍ଟ କରି ନିଜଖୁସି ଜାହିର କରିଛନ୍ତି । ଆଉ ଏହାକୁ ଦେଖି ଫ୍ୟାନ୍ସଙ୍କ ଖୁସି ଦ୍ୱିଗୁଣିତ ହୋଇ ଯାଇଛି ।

Advertisement

ଇନଷ୍ଟ୍ରାଗ୍ରାମରେ ପୋଷ୍ଟ ସେୟାର କରି ରଜନୀକାନ୍ତ ଲେଖିଛନ୍ତି ୩୩ ବର୍ଷ ପରେ ମୁଁ ଟିକେ ଜ୍ଞାନବେଲଙ୍କ ନିର୍ଦ୍ଦେଶିତ ଫିଲ୍ମ ଥଲାଇଭା ୧୭୦ରେ ନିଜ ପରାମର୍ଶଦାତା ଅମିତାଭ ବଚ୍ଚନଙ୍କ ସହ କାମ କରୁଛି । ମୁଁ ଏନେଇ ବହୁତ ଖୁସି ଅନୁଭବ କରୁଛି । ଏହି ପୋଷ୍ଟ ସେୟାର ହେବା ମାତ୍ରେ ଫ୍ୟାନ୍ସ ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଲେଣି ।

ସୂଚନାମୁତାବକ, ଅମିତାଭ ବଚ୍ଚନ ଏବଂ ରଜନୀକାନ୍ତ ୧୯୯୧ରେ ଫିଲ୍ମ ହମ ତୁମରେ ନଜର ଆସିଥିଲେ । ଏହାପରେ ଫିଲ୍ମ ଗିରଫତାରରେ ଶେଷ ଥର ପାଇଁ ନଜର ଆସିଥିଲେ ।

ଏହା ଭିତରେ ବତିଗଲାଣି ୩୩ବର୍ଷ । ପୁଣିଥରେ ପରଦାରେ ଏକାଠି ନଜର ଆସିବେ ଏହି ୨ ସୁପରଷ୍ଟାର । ରଜନୀକାନ୍ତଙ୍କ ଫିଲ୍ମ କଥା କହିବାକୁ ଗଲେ ଚଳିତ ବର୍ଷରେ ମୁକ୍ତିଲାଭ କରିଥିବା ଦକ୍ଷିଣ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ଏକ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଛି । ଫିଲ୍ମ ‘ଜେଲର’ ବକ୍ସ ଅଫିସରେ ବହୁତ ଲାଭ କରିଥିଲା ଏବଂ ଅନେକ ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରିଥିଲା ।

Leave a Reply

Your email address will not be published. Required fields are marked *