Pratidin TV

Odisha's Digital News Platform

ବିବାହ ଭିଡିଓରୁ ହେଲା ଖୁଲାସା କିଏ କାହାକୁ ପ୍ରଥମେ କରିଥିଲେ ପ୍ରପୋଜ ? କିଭଳି ଘର ଲୋକଙ୍କୁ ରାଜି କରାଇଥିଲେ ଦୀପିକା–ରଣବୀର..

1 min read

ବଲିଉଡର ନାମୀଦାମୀ କଳାକାରଙ୍କ ଭିତରେ ରଣବୀର ସିଂ ଏବଂ ଦୀପିକା ପାଦୁକୋନ ସବୁବେଳେ ଖବରରେ ରହିଥାନ୍ତି । ଉଭୟ ଫିଲ୍ମ ଇଣ୍ଡଷ୍ଟ୍ରିର ପାୱାର କପଲ ଭାବେ ବେଶ ଜଣାଶୁଣା । ଦୁହେଁ ୧୪ ନଭେମ୍ବର ୨୦୧୮ ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିେଃଲ ଇଟାଲୀରେ ଏହି ଦମ୍ପତିଙ୍କର ଏକ ବଡ ବିବାହ ଆୟୋଜନ ହୋଇଥିଲା । ୟା ଭିତରେ ବିବାହର ପ୍ରାୟ ୫ବର୍ଷ ବିତିଗଲା । କିନ୍ତୁ ବର୍ତ୍ତମାନ ଉଭୟଙ୍କ ବିବାହ ଭିଡିଓ ସାମ୍ନାକୁ ଆସିଛି । ଯାହା ଆସିବା ମାତ୍ରେ ଲୋକପ୍ରିୟ ହୋଇଗଲାଣି । ବିବାହ ପରେ ସେମାନଙ୍କ କିଛି ଫଟୋ ମାତ୍ର ସାମ୍ନାକୁ ଆସିଥିଲା ଯାହାକୁ ଦେଖି ସେମାନଙ୍କ ଫ୍ୟାନ୍ସ ଖୁସି ହୋଇଥିଲେ ତେବେ ୫ ବର୍ଷ ପରେ ସେମାନଙ୍କ ଭିଡିଓ ଏବେ ସାମ୍ନାକୁ ଆସିଛି ଯାହାକୁ ପ୍ରଶଂସକମାନେ ଦେଖି ବହୁତ ପସନ୍ଦ କରୁଛନ୍ତି ।

ସୂଚନାମୁତାବକ, ଚଳଚ୍ଚିତ୍ର ନିର୍ମାତା କରନ ଜୋହରଙ୍କ ସୋ ’କଫି ୱିଥ୍ କରଣର ‘ ସୋର ୮ମ ସିଜନଅକ୍ଟୋବର ୨୬ ରୁ ଓଟିଟି ପ୍ଲାଟଫର୍ମ ଡିଜନି ପ୍ଲସ୍ ହଟଷ୍ଟାରରେ ଆରମ୍ଭ ହେବାକୁ ଯାଉଛି । ଏହି ଶୋ’ରେ ପ୍ରତମ ଅତିଥି ଭାବେ ରଣଭୀର ସିଂ-ଦୀପିକା ପାଦୁକୋନ ନଜର ଆସିବେ, ଯେଉଁଠାରେ କରଣ ଉଭୟଙ୍କୁ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ସହ ଜଡିତ ଅନେକ ପ୍ରଶ୍ନ ପଚାରିବାକୁ ଯାଉଛନ୍ତି ।

Advertisement

ତା ସହ ରଣଭୀର-ଦୀପିକାଙ୍କ ବିବାହର ଭିଡିଓ ମଧ୍ୟ ସୋ’ରେ ପ୍ରଦର୍ଶିତ ହେବାକୁ ଯାଉଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓ ଆରମ୍ଭରେ, ରଣବୀର ସିଂ ଦୀପିକାଙ୍କୁ କିପରି ପ୍ରପ୍ଧେକ୍ସ କରିଥିଲେ ଏବଂ ତା’ପରେ ଦୁହେଁ ନିଜ ନିଜ ବାପାମାଆଙ୍କ ସହ କିପରି କଥା ହୋଇଥିଲେ ତାହା ଜଣାଇଥିବାର ନଜର ଆସିଛନ୍ତି । ଭିଡିଓରେ ହଳଦୀ, ମେହେନ୍ଦି ଏବଂ ବିବାହର ପରବର୍ତ୍ତୀ କାର୍ଯ୍ୟକ୍ରମ ସବୁ ଏହି ଭିଡିଓରେ ଦେଖିବାକୁ ମିଳିଛି । ଉଭୟ ସାତ ଫେରା ନେଉଥିବାର ମଧ୍ୟ ନଜର ଆସିଛି । ଉଭୟଙ୍କ ଏହି ଭିଡିଓ ବହୁତ ସୁନ୍ଦର ଦେଖାଯାଉଛି ଏବଂ ରଣବୀର-ଦୀପିକା ବହୁତ ଖୁସି ଦେଖାଯାଉଛନ୍ତି । ରଣଭୀର ମଧ୍ୟ ନାଚୁଥିବା ନଜର ଆସିଛନ୍ତି ।

ଏହି ଭିଡିଓ ସାମ୍ନାକୁ ଆସିବା ମାତ୍ରେ ଦୁହେଁ ସୋସିଆଲ ମିଡିଆରେ ଆଲୋଚନାକୁ ଆସିଥିଲେ । ତେବେ କିଛି ସମୟ ପୂର୍ବରୁ କରନଙ୍କ ସହ କଫିର ଏକ ପ୍ରୋମୋ ଭିଡିଓ ମୁକ୍ତିଲାଭ କରିଥିଲା, ଯେଉଁଥିରେ ରଣବୀର-ଦୀପିକା ସେମାନଙ୍କ ପ୍ରେମ ଜୀବନ ବିଷୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା ।

କରନ ପଚାରିଥିଲେ ଯେ ଦୁହେଁ ଗୁପ୍ତରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି କି? ଏହା ଉପରେ ରଣବୀର କହିଛନ୍ତି ଯେ ସେ ୨୦୧୫ ରେ ଦୀପିକାଙ୍କୁ ପ୍ରସ୍ତାବ ଦେଇଥିଲେ । ସେ ଥଟ୍ଟା କରି କହିଥିଲେ ଯେ, “ଅନ୍ୟ କେହି ରଖିବା ପୂର୍ବରୁ ମୁଁ ନିଜ ଚପଲ ରଖିଥିଲି ।” ଉଭୟ ମାଲଦ୍ୱୀପ ଟ୍ରିପରେ ଯାଇଥିବା ବେଳେ ରଣବୀର ଦୀପକାଙ୍କୁ ବିବାହ କରିବା ନେଇ ପ୍ରସ୍ତାବ ଦେଇଥିଲେ ।

Leave a Reply

Your email address will not be published. Required fields are marked *