Pratidin TV

Odisha's Digital News Platform

ଟ୍ୟାଙ୍କର ସହ ମୁହାଁମୁହିଁ ହେଲା ଟାଟା ସୁମୋ, ଘଟଣାସ୍ଥଳରେ ଆଖିବୁଜିଲେ ୧୨ ଜଣ

1 min read

କର୍ଣ୍ଣାଟକ : ଶୀତ ଦିନ ଆରମ୍ଭରୁ ଘଟିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହେଲା ଟାଟା ସୁମୋ ଭ୍ୟାନ । ଏହି ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି ।ତେବେ ଆଜି ସକାଳୁ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାର କାରଣ ସଠିକ ଭାବେ ଜଣାପଡିନଥିବା ବେଳେ କୁହୁଡି ଯୋଗୁଁ ଏଭଳି ଘଟିଥିବା ଅନୁମାନ କରାଯାଉଛି । ଦୁର୍ଘଟଣା ସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା ।ହେଲେ ଡାକ୍ତର ୧୨ଜଣଙ୍କୁ ମୃତ ଘୋଷଣା କରିଥିଲେ ।

ବାଙ୍ଗାଲୋର ଓ ହାଇଦ୍ରାବାଦ ୪୪ ନମ୍ବର ଜାତୀୟ ରାଜପଥରେ ଏହି ଅଘଟଣ ଘଟିଛି । ଶୁକ୍ରବାର ସକାଳ ୭ଟା ବାଜି ୧୫ ମିନିଟ ପାଖାପାଖି କର୍ଣ୍ଣାଟକ ଚିକ୍କାବଲାପୁରରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକଙ୍କ ଭିତରେ ୮ଜଣ ପୁରୁଷ ଥିବା ବେଳେ ୪ଜଣ ମହିଳା ରହିଛନ୍ତି । ଦୁର୍ଘଟଣାର ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିସାରିଛି । କର୍ଣ୍ଣାଟକର ଚିକ୍କାବଲାପୁରରେ ସକାଳୁ ସକାଳୁ କୋହଲା ପାଗ ଲାଗି ରହିଥିଲା । କିଛି ଅଞ୍ଚଳରେ କୁହୁଡି ସହିତ ଆକାଶ ଆଂଶିକ ମେଘାଚ୍ଛନ ରହିଥିଲା । ସର୍ବାଧିକ ତାପମାତ୍ରା ୩୧ରୁ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରୀ ସେଲସିୟସ ରହିଥିବା ନେଇ ଆଶା କରାଯାଉଛି । କୁହୁଡି ପାଇଁ ପୂର୍ବରୁ ଅନେକ ଦୁର୍ଘଟଣା ଘଟିଥିବା ବେଳେ ସତର୍କତାର ସହ ଗାଡି ଚଳାଇବା ପାଇଁ ଟ୍ରାଫିକ ପୋଲିସ ପକ୍ଷରୁ ସର୍ତକ କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *