Pratidin TV

Odisha's Digital News Platform

ବିଶ୍ୱକପ୍‌ର ୨୫ତମ ମ୍ୟାଚରେ ଇଂଲଣ୍ଡ-ଶ୍ରୀଲଙ୍କା ମୁହାଁମୁହିଁ, ଶତକ ଛୁଇଁନି ଇଂଲଣ୍ଡର ଗଲାଣି ୫ ୱିକେଟ୍‌..

1 min read

ବେଙ୍ଗାଲୁରୁ : ଚାଲିଛି ଦିନିକିଆ ବିଶ୍ୱକପ୍ ୨୦୨୩ । ଆଜି ଏହାର ୨୫ ତମ ମ୍ୟାଚ୍‌ରେ ମୁହାଁମୁହିଁ ହେୁଛନ୍ତି ଇଂଲଣ୍ଡ- ଶ୍ରୀଲଙ୍କା । ତେବେ ବର୍ତ୍ତମାନ ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ତେବେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇଲାଛି ଶ୍ରୀଲଙ୍କା ଟିମ୍ । ବ୍ୟାଟିଂ ଆରମ୍ଭ ରୁ ଦୁର୍ବଳ ହୋଇ ପଡିଛି ଇଂଲଣ୍ଡ ମାତ୍ର ୧୭ ଓଭରରେ ୮୫ ରନ କରି ଗଲାଣି ୫ ୱିକେଟ୍‌ । ଶ୍ରୀଲଙ୍କା ବୋଲର ସାମ୍ନାରେ ତିଷ୍ଠି ପାରୁ ନାହାନ୍ତି ଇଂଲଣ୍ଡର ବ୍ୟାଟ୍ସମ୍ୟାନ ।ବର୍ତ୍ତମାନ ସୁଦ୍ଧା ଇଂଲଣ୍ଡ ୪ଟି ମ୍ୟାଚ୍ ଖେଳିସାରିଛି । ଯେଉଁଥିରେ ଗୋଟିଏର ବିଜୟୀ ହୋଇଥିବା ବେଳେ ୩ଟିରେ ଟିମ୍ ପରାଜୟର ସାମ୍ନା କରିଛି । ମୋଟ ୨ ପଏଣ୍ଟ ସହ ୮ମ ସ୍ଥାନରେ ରହିଛି ଇଂଲଣ୍ଡ । ସେପଟେ ଶ୍ରୀଲଙ୍କ ପଏଣ୍ଟ ଟେବୁଲ୍‌ରେ ୭ମ ସ୍ଥାନରେ ରହିଛି । ବର୍ତ୍ତମାନ ସୁଦ୍ଧା ଟିମ୍ ୪ଟି ମ୍ୟାଚ୍ ଖେଳାସାରିଛି । ଯେଉଁଥିରେ ଗୋଟିଏ ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାଜୟର ସାମ୍ନା କରିବାକୁ ପଡିଛି । ପଏଣ୍ଟ ଟେବୁଲରେ ଅ୍ଧଜ୍ଞ ପଛ ହୋଇ ରହିଛନ୍ତି ଏହି ୨ଟି ଦଳ । ତେବେ ଜଣାଇ ଦେଉଛୁ ଯେ ଇଂଲଣ୍ଡ ଏବଂ ଶ୍ରୀଲଙ୍କା ଦିନିକିଆରେ ୭୮ ଥର ମୁହାଁମୁହିଁ ହୋଇ ସାରିଛନ୍ତି । ଯେଉଁଥିରେ ୩୮ଥର ଇଂଲଣ୍ଡ ବାଜି ମାରିଥିବା ବେଳେ ୩୬ ଥର ଶ୍ରୀଲଙ୍କା ଜିତିଛି । ସେହିପରି ବିଶ୍ୱକପରେ ୧୧ଥର ସାମ୍ନାସାମ୍ନି ହୋଇଛନ୍ତି ।

ଶ୍ରୀଲଙ୍କା : ପଥୁମ ନିଶାଙ୍କା, କୁଶଲ ପରେରା, କୁଶଲ ମେଣ୍ଡିସ (ଅଧିନାୟକ), ସଦିରା ସମରବିକ୍ରମା, ଚୌରିଥ ଅଶଲାଙ୍କା, ଧନଞ୍ଜୟ ଡି ସିଲଭା, ଦୁନିଥ ୱେଲାଲଗେ, ଆଞ୍ଜେଲ ମ୍ୟାଥୁସ୍‌, ମହୀଶ ତୀକ୍ଷଣା, ଲହିରୁ କୁମାରା, କାସୁନ ରଜିଥା, ଦିଲସାନ ମଦୁଶଙ୍କା ।
ଇଂଲଣ୍ଡ : ଜନି ବେୟାରଷ୍ଟୋ, ଦାୱିଦ ମଲାନ, ଜୋ ରୁଟ୍‌, ବେନ ଷ୍ଟୋକ୍ସ, ଜୋସ ବଟଲର (ଅଧିନାୟକ), ଲିଅନ୍ ଲିଭିଙ୍ଗଷ୍ଟୋନ୍‌, ମୋଇନ ଅଲି, କ୍ରିସ ୱକ୍ସ, ଡେଭିଡ୍ ୱିଲି, ଆଦିଲ ରସିଦ, ମାର୍କ ଉଡ୍ ।

Advertisement

Leave a Reply

Your email address will not be published. Required fields are marked *