Pratidin TV

Odisha's Digital News Platform

ଜୀବିତ ଥିବା ବେଳେ ବ୍ରେସଲେଟ ପିନ୍ଧି ମୃତ୍ୟୁକୁ ଅପେକ୍ଷା କରିଛନ୍ତି ଲୋକେ…

1 min read

ଆଜିକୁ ୨୦ ଦିନ ବିତି ଯାଇଥିଲେ ମଧ୍ୟ ଯୁଦ୍ଧ ଥମିବାର ନାଁ ଧରୁନି । ଦିନ ଯେତେ ଗଡୁଛି ଗାଜା ଷ୍ଟ୍ରିପରେ ଯୁଦ୍ଧର ଭୟାବହତା ସେତେ ଅଧିକ ହେଉଛି । ଏଭଳି ସ୍ଥିତିରେ ବଞ୍ଚିବାର ଆଶା ଛାଡି ଦେଲେଣି ଲୋକେ । ବର୍ତ୍ତମାନ ପର୍ଯ୍ୟନ୍ତ ଇସ୍ରାଏଲ ସେନାଙ୍କ ଗୁଳିରେ ୬ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ବିସ୍ଫୋରଣରେ ମୃତଦେହ ଚିହ୍ନିବା କଷ୍ଟସାଧ୍ୟ ହୋଇଯାଉଛି । ଗାଜା ଅଞ୍ଚଳର ଲୋକଙ୍କୁ ପରିଚୟ ବିନା କବରରେ ପୋତି ଦିଆଯାଉଛି ।ଏଭଳି ପରିସ୍ଥିତିରେ ଜଣେ ପାଲେଷ୍ଟାଇନ ନାଗରିକ କହିଛନ୍ତି ଯେ, ମୃତଦେହକୁ ନାମ ବଦଳରେ ନମ୍ବର ଦେଇ ପୋତି ଦିଆଯାଉଛି । ସେଥଥିପାଇଁ କିଛି ପରିବାର ନିଜ ସମ୍ପର୍କୀୟଙ୍କ ମାନେ ସ୍ୱତନ୍ତ୍ର ରଙ୍ଗର ବ୍ରେସଲେଟ ପିନ୍ଧିବା ଆରମ୍ଭ କରିଛନ୍ତି । ଏହାଦ୍ୱାରା ଇସ୍ରାଏଲ ଆକ୍ରମଣରେ ମୃତଦେହକୁ ବ୍ରେସଲେଟରୁ ଚିହ୍ନଟ କରାଯାଇପାରିବ । ତେବେ ଅକ୍ଟୋବର ୭ରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲ ସୀମାରେ ପ୍ରବେଶ କରି ୧୪୦୦ ଜଣଙ୍କୁ ହତ୍ୟା କରିଥିଲେ । ଏହି ବର୍ବର ଆକ୍ରମଣର ଜବାବରେ ଇସ୍ରାଏଲ ହମାସ ବିରୋଧରେ ଯୁଦ୍ଧ ଆରମ୍ଭ କରି ଗାଜା ଷ୍ଟ୍ରିପ ଉପରେ ବୋମା ପକାଇବା ଆରମ୍ଭ କରିଛି । ଇସ୍ରାଏଲର ଆକ୍ରମଣ ଯୋଗୁ ବର୍ତ୍ତମାନ ପର୍ଯ୍ୟନ୍ତ ଗାଜା ଷ୍ଟ୍ରିପରେ ୬୫୦୦ ଲୋକ ପ୍ରାଣ ହରାଇଛନ୍ତି ଏବଂ ହଜାର ହଜାର ଲୋକ ଆହତ ହୋଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *