Pratidin TV

Odisha's Digital News Platform

ଭାରତକୁ ଆସିଲା ପ୍ରଥମ UPI ପେମେଣ୍ଟ ବାଲା କିପ୍ୟାଡ୍ ଫୋନ୍‌, ଯାହାର ମୂଲ୍ୟ ମାତ୍ର୯୯୯.. ଜାଣନ୍ତୁ କେଉଁ କମ୍ପାନୀ ଆଣିଛି ଏହି ସୁବିଧା..

1 min read


ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର ।ତେବେ ଏହା ଟଚ୍ଚସ୍କ୍ରିନ ବ୍ୟବହାରକାରୀ ପାଇଁ: ନୁହେଁ ବରଂ କିପ୍ୟାଡ ବ୍ୟବହାର କରୁଥିବା ଲୋକଙ୍କ ପାଇଁ କମ୍ପାନୀ ଆଣିଲା ନୂଆ ଅଫର । ଏଣିକି କିପ୍ୟାଡ ଫେ଼ାନରେ ହୋଇ ପାରିବ ଅନଲାଇନ ପେମେଣ୍ଟର ନେଣଦେଣ । ତେବେ ସମସ୍ତ କିପ୍ୟାଡ ନୁହେଁ କେବଳ ନୋକିଆ କମ୍ପାନୀ ଆଣିଛି ଏଭଳି ପିଚର । ନୋକିଆ କମ୍ପାନୀର ଫୋନ୍ ଉତ୍ପାଦନକାରୀ କମ୍ପାନୀ ଏଚଏମଡି ଗ୍ଲୋବାଲ୍ ଭାରତୀୟ ବଜାରରେ ଗ୍ରାହକଙ୍କ ପାଇଁ କମ୍ ମୂଲ୍ୟରେ ଏକ ନୂତନ ସୁଲଭ ଫୋନ୍ ଲଞ୍ଚ କରିଛି । ଯାହାର ନାମ ହେଉଛି ନୋକିଆ ୧୦୫ କ୍ଲାସିକ୍ । ଏହି ଫିଚର ଫୋନ୍ ର ମୂଲ୍ୟ୧୦୦୦ ଟଙ୍କାରୁ ଶସ୍ତା ଥିବା ବେଳେ ଇନ୍‌-ବିଲ୍ଟ ୟୁପିଆଇ ଆପ୍ଲିକେସନ୍ ମଦ୍‌ୟ ଏଥିରେ ସାମିଲ ରହିଛି ।
ଏହି ଫିଚର ଫୋନକୁ ଚାରୋଟି ଭ୍ୟାରେଣ୍ଟରେ ଲଞ୍ଚ କରାଯାଇଛି । ସିଙ୍ଗଲ୍ ସିମ୍‌, ଡୁଆଲ୍ ସିମ୍‌, ଚାର୍ଜର ସହିତ ଫୋନ୍ ଏବଂ ଆଉଟ୍ ଚାର୍ଜର ସହିତ ଫୋନ୍ ମିଳିବ । ବର୍ତ୍ତମାନ ଫୋନର ମୂଲ୍ୟ ଏବଂ ଫୋନରେ ପ୍ରଦାନ କରାଯାଇଥିବା ଫିଚରସ୍ ବିଷୟରେ ଜାଣନ୍ତୁ ।

ନୋକିଆ ମୋବାଇଲ୍ ର ଏହି ମଡେଲ ଫୋନର ପ୍ରାରମ୍ଭିକ ମୂଲ୍ୟ ୯୯୯ ଟଙ୍କା ସ୍ଥିର କରାଯାଇଛି । ଏହି ହ୍ୟାଣ୍ଡସେଟ୍ ନୀଳ ଏବଂ ଚାରକୋଲ ରଙ୍ଗରେ କିଣାଯାଇପାରିବ । ଆଜିଠାରୁ ଏହି ପୋଡ଼ ବଜାରରେ ବିକ୍ର ହେବା ଆରମ୍ଭ ହୋଇଛି ।

Advertisement

୮୦୦ ଏମଏଚ୍ ବ୍ୟାଟେରୀ ସହିତ ଲଞ୍ଚ ହୋଇଥିବା ଏହି ଫିଚର ଫୋନରେ ଅନେକ ଚମତ୍କାର ଫିଚରର୍ସ ଅଛି । ଫୋନରେ ଏକ ୱେୟାରଲେସ ରେଡିଓ ଅଛି, ଯାହାର ଅର୍ଥ ହେଉଛି ଏହି ଡିଭାଇସରେ ରେଡିଓ ଶୁଣିବା ପାଇଁ ତାରଯୁକ୍ତ ହେଡସେଟ୍ ପିନ୍ଧିବା ଆବଶ୍ୟକ ନାହିଁ, ଆପଣ ଇୟରଫୋନ୍ ନ ପିନ୍ଧି ରେଡିଓ ଶୁଣିବାକୁ ସକ୍ଷମ ହେବେ ।
ଏହାକୁ ସ୍ଥାୟୀ କରିବା ପାଇଁ ଫୋନରେ ଅନେକ ପରୀକ୍ଷା କରାଯାଇଛି । ସବୁଠାରୁ ବଡ କଥା ହେଲା ଏହି ଫୋନ ରେ ଆପଣ କାହାକୁ ଟଙ୍କା ପଠାଇବା ସହ କିଏ ପଠାଇଲା ତା ଜାଣି ପାରିବେ । ଆପଣ ଏହି ଫୋନରେ ଇନ୍‌-ବିଲ୍ଟ ୟୁପିଆଇ ଆପ୍ଲିକେସନର ଲାଭ ପାଇବେ । ଯାହା ସାହାଯ୍ୟରେ ଆପଣ ସହଜରେ ୟୁପିଆଇ ପେମେଣ୍ଟ କରିପାରିବେ । ଯାହା କେବେଳ ଆଣ୍ଡୋଏଡ ଫୋନରେ ଉପଲବ୍ଧ ରହିଛି ।

Leave a Reply

Your email address will not be published. Required fields are marked *