Pratidin TV

Odisha's Digital News Platform

ଖବର ସଂଗ୍ରହ ବେଳେ ଆସିଲା ପୁଅ,ଝିଅ ଓ ସ୍ତ୍ରୀର ମୃତ୍ୟୁ ଖବର, ଭାଙ୍ଗି ପଡିଲେ ସାମ୍ବାଦିକ…

1 min read

ଖବର ସଂଗ୍ରହ କରୁଥିବା ଲୋକଟି କେତେବେଳେ ଖବର ପାଲଟିଯାଏ ତାହା କେବେ କେହି ଜାଣି ପାରନ୍ତି ନାହିଁ । ସେହିପରି ଜଣେ ସାମ୍ବାଦିକ ଖବର ସଂଗହ ବେଳେ ମିଳିଲା ପରିବାରର ମୃତ୍ୟୁ ଖବର । ଯାହାକୁ ନେଇ ସେ ଖୁବ ଭାଙ୍ଗି ପଡିଥିଲେ । ଆଉ ଆଖି ଆଗରେ ସ୍ତ୍ରୀ ପିଲାଙ୍କର ମୃତଦେହ ଦେଖି ସେ ହତବାକ ହୋଇପଡିଥିଲେ । ତେବେ ଦୀର୍ଘଦିନ ହେବ ଇସ୍ରାଏଲ୍ ଏବଂ ହାମାସ ମଧହୟରେ ଯୁଦ୍ଧ ଲାଗି ରହିଛି । ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇ ଥିବା ବେଳେ ଅନେକ ପରିବାର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛନ୍ତି । ଏହାରି ମଧ୍ୟରେ ସମସ୍ତ ପରିବାରକୁ ହରାଇଥିବା ଲୋକଙ୍କ ମଧ୍ୟରେ ଜଣେ ବରିଷ୍ଟ ସାମ୍ବାଦିକ ମଧ୍ୟ ରହିଛନ୍ତି । ହେି ବରିଷ୍ଟ ସାମ୍ବାଦିକ ଜଣକ ହେଲେ ବାଏଲ ଅଲ ଦହଦୈାହ । ତେବେ ଇସ୍ରାଏଲ ପକ୍ଷରୁ ଗାଜା ଉପରେ କରାଯାଇଥିବା ଏୟାର ଷ୍ଟ୍ରାଇକରେ ତାଙ୍କ ପତ୍ନୀ, ପୁଅ ଏବଂ ଝିଅଙ୍କ ସମେତ ସାମ୍ବାଦିକଙ୍କ ପରିବାରର ଚାରିଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି ।

ତେବେ ସାମ୍ବାଦିକ ଜଣକ ଘାଜା ଅଞ୍ଚଳର ଅବରୋଧିତ ଅଞ୍ଚଳର ରାତିର ଆକାଶର ଲାଇଭ ଚିତ୍ର ପଠାଉଥିବା ବେଳେ ଏହି ଦୁଖଃଦ ଖବର ପାଇଥିଲେ । ସେ କହିଛନ୍ତି ଯେ ବହୁ ସଂଖ୍ୟାରେ ଲୋକଙ୍କ ଘର ଉପରେ ବୋମା ମାଡ କରାଯାଉଛି । ଇସ୍ରାଏଲ-ଗାଜା ଯୁଦ୍ଧ ବିବାଦ ବିଷୟରେ ଖବର ପରିବେଷଣ କରୁଥିବା ବେଳେ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କର ମୃତ୍ୟୁ ଖବର ମିଳିଥିଲା । ଯାହା ଶୁଣି ସେ ହତବାକ ହୋଇ ପଡିଥିଲେ । ନିଜ ଆଖି ସାମ୍ନାରେ ଅଲ-ବାଲାସ୍ଥିତ ଅଲ-ଆକସା ଶହୀଦ ହସ୍ପିଟାଲର ଶବଦାହରେ ତାଙ୍କର ୧୫ ବର୍ଷର ପୁଅ, ସାତ ବର୍ଷର ଝିଅ ଏବଂ ଦୁଇ ବର୍ଷର ଝିଅକୁ ଧରିଥିଲେ ବହୁତ କାନ୍ଦିଥିଲେ । ସେପଟେ ପରିବାରର ଅନ୍ୟ ସଦସ୍ୟମାନେ ଆକ୍ରମଣ ସମୟରେ ସେଠାରୁ ଖସି ପଳାଇବାରେ ସଫଳ ହୋଇଥିଲେ ।

Advertisement

Leave a Reply

Your email address will not be published. Required fields are marked *