ବେଦାନ୍ତ ଲାଞ୍ଜିଗଡ଼କୁ କଳିଙ୍ଗ ରତ୍ନ ପୁରସ୍କାର
1 min readଭୁବନେଶ୍ୱର : ଭାରତର ଅଗ୍ରଣୀ ମେଟାଲର୍ଜିକାଲ୍ ଗ୍ରେଡ୍ ନିର୍ମାତା ବେଦାନ୍ତ ଆଲୁମିନିୟମ ପରିବେଶ ସ୍ଥିରତା ଉପରେ ଅବଦାନ ଓ କାର୍ଯ୍ୟ ପାଇଁ ସମ୍ମାନଜନକ “କଳିଙ୍ଗ ରତ୍ନ’ ପୁରସ୍କାର ଲାଭ କରିଛି । ବେଦାନ୍ତ ଆଲୁମିନିୟମ ଭାରତର ଅଗ୍ରଣୀ ଆଲୁମିନିୟମ ଉତ୍ପାଦନକାରୀ ସଂସ୍ଥା । ପରିବେଶ ସ୍ଥିରତା ଉପରେ ଜିରୋ ହର୍ମ, ଜିରୋ ଆବର୍ଜନା ଓ ଜିରୋ ଡିସଚାର୍ଜ ଆଭିମୁଖ୍ୟକୁ ନେଇ ସଂସ୍ଥା ପରିଚାଳିତ ଯାହା ବହୁମୁଖୀ ଅଙ୍ଗାରକାମ୍ଳ ହ୍ରାସ, ଶକ୍ତି ପରିଚାଳନା, ଜଳ ସଂରକ୍ଷଣ, ବର୍ଜ୍ୟରୁ ସଂପଦ ସୃଷ୍ଟି, ଜୈବ ବିବିଧତାର ସଂରକ୍ଷଣ ପ୍ରଭୃତି କାର୍ଯ୍ୟ କରି ଆସୁଛି ।
ଏହି ପୁରସ୍କାର ବିଷୟରେ ଜି.ଜି. ପାଲ, ସିଇଓ, ବେଦାନ୍ତ ଲିମିଟେଡ ଲାଞ୍ଜିଗଡ଼ କହିଛନ୍ତିଯେ “ଆମେ ଆମର କାର୍ଯ୍ୟକଳାପରେ ଏକ ଦୃଢ ସ୍ଥିରତା ପ୍ରଣାଳୀର ବ୍ୟବସ୍ଥା କରିଛୁ । ଏହା ଆମକୁ ପରିବେଶ ଓ ଆମ ଗୋଷ୍ଠୀ ଉପରେ ଏକ ସ୍ଥାୟୀ ସକାରାତ୍ମ ପ୍ରଭାବ ପକାଇବ । ଏହି ପୁରସ୍କାର ବର୍ତମାନ ପର୍ଯ୍ୟନ୍ତ ଆମର ଯ।।ତ୍ରାର ଏକ ଦୃଢ ସମର୍ଥନ ଅଟେ ଓ କେବଳ ବ୍ୟବସାୟ ଅଭିବୃଦ୍ଧି ଓ ନିରନ୍ତର ବିକାଶ ପ୍ରତି ଆମକୁ ପ୍ରେରଣା ପ୍ରଦାନ କରିବ । କାରଖାନାର ବାହାର ପାଶ୍ୱର୍ରେ ଏକ ସବୁଜ ବଳୟର ପ୍ରତିଷ୍ଠା କରାଯାଇଛି, ଯେଉଁଥିରେ ୫.୪୦ ଲକ୍ଷ ଗଛ ରୋପଣ କରାଯାଇ କାର୍ବନ ସିଙ୍କ ଓ ଜୈବବିବିଧତା ପ୍ରତି ଧ୍ୟାନ ଦିଆଯାଉଛି ।
ଶକ୍ତିଶାଳୀ ଜଳ ପରିଚାଳନା ପ୍ରଣାଳୀ ଯେଉଁଥିରେ ଅତ୍ୟାଧୁନିକ ଇଫ୍ଲୁଏଂଟ ଟ୍ରିଟମେଂଟ ପ୍ଲାଂଟ ଗୁଡ଼ିକ ଦ୍ୱାରା ପ୍ଲାଂଟ ମଧ୍ୟରେ ସୃଷ୍ଟି ହୋଇଥିବା ବର୍ଜ୍ୟ ଜଳର ପୁନଃବ୍ୟବହାର କରାଯାଇ ପାରୁଛି । ବର୍ଷାଜଳ ଅମଳର ଏକ ନେଟୱର୍କ କମ୍ପାନି ଦ୍ୱାରା ପ୍ରତିଷ୍ଠା କରାଯାଇଛି । ଏହା ଦ୍ୱାରା ୧୦୦ ମିଲିୟନ ଜଳ ସଂରକ୍ଷଣ ହୋଇ ପାରୁଛି । ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ର୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା ।