Pratidin TV

Odisha's Digital News Platform

ଶ୍ରୀ ଧାମ ଜ୍ୟୋତି ବାସ୍ତୁ ଗବେଷଣା ପ୍ରତିଷ୍ଠାନ ର ଆଲୋଚନା ଚକ୍ର…

1 min read

ଶ୍ରୀ ଧାମ ଜ୍ୟୋତି ଗବେଷଣା ପ୍ରତିଷ୍ଠାନ ଆନୁକୂଲ୍ୟରେ ”ଜ୍ୟୋତିଷ ଶାସ୍ତ୍ର ଅନୁମୋଦିତ ଚନ୍ଦ୍ରଗ୍ରହଣ ”ଶୀର୍ଷକ ଆଲୋଚନା ଚକ୍ର ଭକ୍ତ ସାଲବେଗ ପୀଠରେ ଅପରାହ୍ନ ରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡ଼ଃ ବଳରାମ ଦାଶ ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ବେଦପାଠ ସହ ଜ୍ୟୋତିର୍ବିଦ ପଣ୍ଡିତ ଦୟାନିଧି ପଣ୍ଡା ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ଦେଇ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣ ଓ ପରକ୍ଷଗର ବିଧିବିଧାନ ନିର୍ଦ୍ଧକ୍ଷରିତ ହୋଇଥାଏ ବୋଲି କହିଥିଲେ । ମୁଖ୍ୟ ଅତିଥି ରୂପେ ମାନ୍ୟବର ବିଧାୟକ ଶ୍ରୀ ଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ ପ୍ରଦୀପ ପ୍ରଜ୍ୱକ୍ଷଳନ ସହ ଉଦଘାଟନ କରି କହିଥିଲେ ଯେ, ଜ୍ୟୋତିଷ ଶାସ୍ତ୍ର ପ୍ରାଚୀନ ପରମ୍ପରା ଆଧାରିତ ଓ ଏହା ର ପ୍ରଭାବ ସୁଦୂର ପ୍ରସାରିକ୍ଷ ମୁଖ୍ୟ ବକ୍ତାରୁପେ ଡ଼ଃ ସୁରେନ୍ଦ୍ର କୁମାର ମିଶ୍ର କହିଲେ ଜ୍ୟୋତିଷ ଶାସ୍ତ୍ର ଜଗତକୁ ପୁରୀର ଅବଦାନ ଅନନ୍ୟ ଓ ଏ ସମ୍ପର୍କ ରେ ପୁସ୍ତକ ପ୍ରକାଶ କରାଯାଉ । ସମ୍ମାନିତ ଅତିଥି ରୂପେ ଜ୍ୟୋତିର୍ବିଦ ଅନାମ ଚନ୍ଦ୍ର ସାହୁ, ଜ୍ୟୋତିର୍ବିଦ କୃତିବାସ ଆଚାର୍ଯ୍ୟ, ଜ୍ୟୋତିର୍ବିଦ ମାୟାଧର ନାୟକ, ଡ଼ଃ ମନୋଜ ରଥ, ବିଜୟଲଷ୍ମୀ ଦାଶ, ଭଗବାନ ସୁଆର ଓ ମଧୁସୂଦନ ସିଂହାରୀ ଯୋଗଦେଇ ଜ୍ୟୋତିର୍ବିଦ୍ୟା ଭାରତୀୟ ସାହିତ୍ୟ, ଦର୍ଶନ, ସଂସ୍କୃତି ଓ ପରମ୍ପରା ସହ ଜଡିତ ଓ ସମାଜର ରୀତିନୀତି ଚଳଣି ସହ ଏହାର ଗଭୀର ସମ୍ପର୍କ ରହିଛି ଓ ଏହା ପ୍ରାଚୀନ ଶାସ୍ତ୍ରନୁ ମୋଦିତକ୍ଷ ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟପରାଗ ସମୟ ଜ୍ୟୋତିଷ ଶାସ୍ତ୍ର ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ । ଅନ୍ୟମାନଙ୍କ ମଧ୍ୟରେ ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ର ଚନ୍ଦ୍ରଶେଖର ମହାରଣା ଲକ୍ଷଣ ଦାଶ ବନଜ ଦାସ ସହଦେବ ସାହୁ ବାସୁଦେବସାହୁ. ଦେବରାଜ ପ୍ରଧାନ ଉପସ୍ଥିତ ଥିଲେ କ୍ଷ ପଣ୍ଡିତ ସଦାଶିବ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *