Pratidin TV

Odisha's Digital News Platform

ପୁଣି ଅଶାନ୍ତ ରାଜଧାନୀ ; ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉଡ଼ିଲା ବଟଲ ଓ ଫୁଟିଲା ବୋମା

1 min read

ଭୁବନେଶ୍ୱର ; ପୁଣି ଅଶାନ୍ତ ରାଜଧାନୀ । ରାତି ୨ ରୁ ସକାଳ ୬ ପର୍ଯ୍ୟନ୍ତ ଦୀର୍ଘ ୪ ଘଣ୍ଟା ଲାଗିରହିଥିଲା ଗୋଷ୍ଟି ସଂଘର୍ଷ । ମଞ୍ଚେଶ୍ଵର୍ ଥାନା ପଦ୍ମ କେଶରୀ ପୁର କେଳା ସାହିରେ ଏଭଳି ଅଘଟଣ ଘଟିଛି । ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଦୁଇ ୱାର୍ଡ ବାସିନ୍ଦା ମୁହାଁମୁହିଁ ହେବାରୁ ବହୁ ଲୋକ ଆହତ ହୋଇଛନ୍ତି ।

ଘଟଣା ସ୍ଥଳରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ୨୦ ରୁ ଉର୍ଦ୍ଧ ଚିକିତ୍ସାଧୀନ ଅଛନ୍ତି । ପୂର୍ବରୁ ସେପ୍ଟେମ୍ବର ୧ ତାରିଖରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟି ୧୦ ରୁ ଉର୍ଦ୍ଧ ଆହତ ହୋଇଥିଲେ । ଏହି ଘଟଣାରେ ପରବର୍ତ୍ତୀ ସମୟରେ ପୋଲିସ ଉଭୟ ପଟରୁ ୨୦ ରୁ ଉର୍ଦ୍ଧ ଲୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ପୁଣି ଥରେ ଦୁଇ ଏହି ଦୁଇ ଗୋଷ୍ଟି ମଧ୍ୟରେ ପଥର ମାଡ ସହ ବୋତଲ ମାଡ ହୋଇଛି। ଗତକାଲି ଖବର ପାଇ ମଞ୍ଚେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ୧୪୪ ଧାରା ଜାରି କରିବା ସହ ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *