Pratidin TV

Odisha's Digital News Platform

ଆଜି ବିଦାୟ ନେବେ ପ୍ରଫେସର ଗଣେଶୀଲାଲ , ୨୯ରେ ଆସିବେ ଓଡିଶାର ନୂଆ ରାଜ୍ୟପାଳ..

1 min read

ଆଜି ଓଡିଶାରୁ ବିଦାୟ ନେବେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ । ଆଜି ସରୁଛି ତାଙ୍କର କାର୍ଯ୍ୟକାଳ । ଗତକାଲି ତାଙ୍କ ପାଇଁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଥିଲା । ତେବେ ସେ ଓଡିଶା ଛାଡିବା ପୂର୍ବରୁ ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁରୁବାର ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ । ପ୍ରଫେସର ଗଣେଶୀଲାଲଙ୍କ ଦୀର୍ଘ ଓ ସକ୍ରିୟ ସାଧାରଣ ଜୀବନ କାମନା କରିଛନ୍ତି ନବୀନ । ୨୦୧୮,ମେ ୨୯ ତାରିଖରେ ଓଡିଶାର ରାଜ୍ୟପାଳ ଭାବେ ଯୋଗ ଦେଇଥିଲେ ପ୍ରଫେସର ଗଣେଶଲାଲ । ତାଙ୍କ ସ୍ଥାନରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ହେବେ ଓଡିଶାର ପରବର୍ତ୍ତୀ ରାଜ୍ୟପାଳ । ଆସନ୍ତା ୨୯ ତାରିଖରେ ରଘୁବର ଦାସ ଓଡିଶାରେ ପହଞ୍ଚିବେ । ୩୧ ତାରିଖରେ ହାଇକୋର୍ଟ ମୁଖ୍ୟ ବିଚାରପତି ତାଙ୍କୁ ଶପଥ ପାଠ କରାଇବେ ।

Advertisement

Leave a Reply

Your email address will not be published. Required fields are marked *