Pratidin TV

Odisha's Digital News Platform

ଚମକିଲେ ଓଡିଆ ପୁଅ, ବ୍ୟାଡମିଣ୍ଟନରେ ହାସଲ କଲେ ସ୍ୱର୍ଣ୍ଣ ପଦକ..

1 min read

ବେଜିଂ : ଚତୁର୍ଥ ପାରା ଏସୀୟ କ୍ରିଡାରେ ଓଡିଆ ଖେଳାଳି ରଚିଲେ ଇତିହାସ । କାରଣ ସୁନା ଜିତିଲେ ସୁନା ପୁଅ । ଓଡ଼ିଶା ପାଇଁ ଗୌରବ ଆଣିଲେ ପାରା ଆଥଲେଟ୍ ପ୍ରମୋଦ ଭଗତ । ପାରା ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ ଭଗତ । ଚୀନର ହଙ୍ଗଝୌରେ ଚାଲିଥିବା ପାରା ଏସୀୟ କ୍ରୀଡାରେ ବ୍ୟାଡମିଣ୍ଟନ ସିଙ୍ଗିଲ୍ସରେ ପ୍ରମୋଦ ଜିତିଛନ୍ତି ସ୍ପର୍ଣ୍ଣ ପଦକ । ନିଜ ଦେଶର ନିତେଶ କୁମାରଙ୍କୁ ହରାଇ ସେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ପ୍ରମୋଦ । ଫାଇନାଲରେ ୨୨-୨୦, ୧୮-୨୧, ୨୧-୧୯ରେ ବିଜୟୀ ହାସଲ କରିଛନ୍ତି ପ୍ରମୋଦ । ପୂର୍ବରୁ ସେ ମିଶ୍ରିତ ଯୁଗଳରେ କାଂସ୍ୟ ଓ ଯୁଗଳରେ ମଧ୍ୟ କାଂସ୍ୟ ପଦକ ହାସଲ କରିଥିଲେ । ପ୍ରଥମ ଥର ପାଇଁ ପାରା ଏସିଆନ ଗେମ୍ସରେ ୩ଟି ପଦକ ହାସଲ କରିଛନ୍ତି ପ୍ରମୋଦ । ୨୦୧୪ ରେ ଏକକରେ କାଂସ୍ୟ ପଦକ ହାସଲ କରିଥିଲେ । ୨୦୧୮ ପାରା ଏସୀୟ କ୍ରୀଡାରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ ପ୍ରମୋଦ ଭଗତ ।

Advertisement

Leave a Reply

Your email address will not be published. Required fields are marked *