Pratidin TV

Odisha's Digital News Platform

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେବ ଚଳିତ ବର୍ଷର ଇକୋ ରିଟ୍ରିଟ,ହାତରେ ଆଉ ମାତ୍ର ୪ଦିନ ରହିଲା..

1 min read

ଆସିଲାଣି ଶୀତ ଋତୁ । ଆରମ୍ଭ ହେବ ଇକୋ ରିଟ୍ରିଟ୍ । ତେବେ ଚଳିତ ବର୍ଷ ନଭେମ୍ବର୧ ରୁ ଆରମ୍ଭ ହେବ ଇକୋ ରିଟ୍ରିଟ୨୦୨୩-୨୪ । ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଇକୋ-ରିଟ୍ରିଟ ୱେବସାଇଟରେ ବୁକିଂ ଆରମ୍ଭ ହୋଇ ଯାଇଛି । ଚଳିତବର୍ଷ ୩ମାସ ଧରି ଚାଲିବ ଇକୋ ରିଟ୍ରିଟ । ଏଥର ୭ଟି ଜାଗାରେ ଅନୁଷ୍ଠିତ ହେବ । କୋରାପସ୍ୱଙ୍କ , କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡି, ହୀରାକୁଦ ଓ ପାଟୀ ସୋନାପୁର ବେଳାଭୂମିରେ ପର୍ଯ୍ୟଟକ ନିଆରା ଅନୁଭୂତି ପାଇବେ । ତେବେ ୩ଟି ବିଭାଗରେ ଏହା ଆୟୋଜିତ ହେବ ପ୍ରଥମ ପର୍ଯ୍ୟାୟ ନଭେମ୍ବର ୧ରୁ ହୀରାକୁଦ, ଦାରିଙ୍ଗବାଡି, କୋରାପୁଟଓ ସାତକୋଶିଆ ଆଦି ୪ଟି ସ୍ଥାନରେ ଉଦଘାଟନ କରାଯିବ ।

ଭିଡିଓ କନଫେରନ୍ସିଂ ମାଧ୍ୟମରେ ଏକାସାଙ୍ଗରେ ୪ଟି ସ୍ଥାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ସେହିପରି ୨ୟ ପର୍ଯ୍ୟାୟ ଡିସେମ୍ବର ୧ରୁ ଆରମ୍ଭ ହେବ ସୋନପୁର ଏବଂ ଭିତରକନିକାରେ । ଏହାପରେ ତୃତୀୟ ପର୍ଯ୍ୟାୟ ଡିସେମ୍ବର ୧୫ରୁ ଆରମ୍ଭ ହେବ । କୋଣାର୍କରେ ଏହି ଇକୋ ରିଟ୍ରିଟ ଆରମ୍ଭ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରରେ ରାଜ୍ୟର ବିକାଶ ପାଇଁ ସରକାର ଏହି ଉଦ୍ୟମ କରିଛନ୍ତି । ଏଥିରେ ପର୍ଯ୍ୟଟକମାନଙ୍କ ଲାଗି ସମସ୍ତ ପ୍ରକାର ସୁବିଧା ଯଥା, ବେଳାଭୂମି ଓ ପ୍ରାକୃତିକ ଶୋଭାରାଜିରେ ଭରପୂର ପରିବେଶରେ କଟେଜ୍‌, ୱାଟର ରାଇଡସ୍‌, ଜେଟ୍ ସ୍କି, ବନାନା ରାଇଡ଼, ବୋଟିଂ ଆଦିରେ ମଧ୍ୟ ଫଟୋ ସୁଟ୍ କରିବାର ସୁଯୋଗ ମିଳିବ । ଏହାସହ ଜଙ୍ଗଲ ସଫାରୀ, ରୋପ୍‌ୱେ ରାଇଡ଼କୁ ମଧ୍ୟ ଏଥିପାଇଁ ବ୍ୟବହାର କରିପାରିବେ ପର୍ଯ୍ୟଟକ । ପ୍ରକୃତି କୋଳରେ ରହି ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଦୁଃସାହସିକ ଜଳ କ୍ରୀଡ଼ାକୁ ଉପଭୋଗ କରିବେ ଦେଶ ବିଦେଶର କୋଣ ଅନୁକୋଣରୁ ଆସୁଥିବା ପର୍ଯ୍ୟଟକ । ସୁଦୀର୍ଘ ସମୁଦ୍ରର ବାଲୁକା ରାଶିରେ ଅତ୍ୟାଧୁନିକ କ୍ୟାମ୍ପ୍ ସହ ଷ୍ଟାର ହୋଟେଲ ଖାଦ୍ୟର ମଜା ନେବେ ପର୍ଯ୍ୟଟକ ।

Advertisement

Leave a Reply

Your email address will not be published. Required fields are marked *