Pratidin TV

Odisha's Digital News Platform

ସ୍ୱରୂପ ନାୟକଙ୍କ ଦେହାନ୍ତରେ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ…

1 min read

ଓଡିଆ ସଙ୍ଗୀତ ଜଗତରେ ଶୋକର ଛାୟା । ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କର ଆଜି ଦେହାନ୍ତ ହୋଇଛି । ଅନେକ ଦିନଧରି ସେ କ୍ୟାନ୍ସର ରୋଗରେ ପିଡିତା ଥିଲେ । ଗତ ୫ଦିନ ତଳେ ଅବସ୍ଥା ଗୁରୁତର ହେବାରୁ ସେ କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ଅଶି ଓ ନବେ ଦଶକରେ ସ୍ୱରୁପ ନାୟକ ଅନେକ ଚଳଚିତ୍ର ତଥା ଆଲବମ ଗୀତରେ ନିର୍ଦ୍ଦେଶନା ଦେଇଥିଲେ । ତେବେ ଆଜି ତାଙ୍କ ମୃତ୍ୟୁକୁ ନେଇ ଓଡିଆ ସଙ୍ଗୀତ ଜଗତରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି । ଓଡ଼ିଶାର ଅନେକ ବିଶିଷ୍ଟ ବ୍ୟକ୍ତି ମାନେ ତାଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଥିବା ବେଳେ ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ଗୀତିକାର ସ୍ୱରୁପ ନାୟକଙ୍କ ସଙ୍ଗୀତ ରଚନା ସର୍ବଦା ଶ୍ରୋତାଙ୍କ ହୃଦୟରେ ସ୍ୱତନ୍ତ୍ର ହୋଇ ରହିବ । ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସମୃଦ୍ଧ କରିବାରେ ବହୁମୂଲ୍ୟ ଯୋଗଦାନ ପାଇଁ ସେ ଚିରସ୍ମରଣୀୟ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Advertisement

Leave a Reply

Your email address will not be published. Required fields are marked *