Pratidin TV

Odisha's Digital News Platform

ଦେଶରେ ବଢୁଛି କଳାଧନ: କଟକରେ ଏସ୍‌ଆଇଟି ଟିମର ସ୍ୱତନ୍ତ୍ର ବୈଠକ

1 min read

ଭୁବନେଶ୍ୱର: ଦେଶର କଳାଧନ କାରବାର ସମ୍ପର୍କରେ ତଦନ୍ତ କରୁଥିବା ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି)ର ଆଜି କଟକରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । କଟକ ସ୍ଥିତ ଜଷ୍ଟିସ ପଶାୟତଙ୍କ ବାସଭବନରେ ଅନୁଷ୍ଠିତ ହେବ ବୈଠକ । କୋରୋନା କାଳ ପରେ ପ୍ରଥମ ଥର ଲାଗି ବସୁଛି ଏସଆଇଟି ବୈଠକ ।

ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକରେ କଳାଧନ ସମ୍ପର୍କିତ ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବ । କଳାଧନର କାରବାର ଉପରେ ରୋକ ଲଗାଇବାକୁ ପ୍ରୟାସ ଆରମ୍ଭ ହେବ । ସିବିଆଇ, କଷ୍ଟମ, ଏକସାଇଜ୍, ଆୟକର ବିଭାଗର ଉଚ୍ଚ ଅଧିକାରୀ, ପୋଲିସ ଡିଜି, କ୍ରାଇମବ୍ରାଞ୍ଚ ଏଡିଜି, ଖଣି ସଚିବ ପ୍ରମୁଖ ବୈଠକରେ ଯୋଗ ଦେବେ । ପୂର୍ବ ବୈଠକରେ ସମସ୍ତ ବିଭାଗକୁ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏସଆଇଟି । ଆଜି ହେବାକୁ ଥିବା ଏହି ବୈଠକରେ ଦାଖଲ ରିପୋର୍ଟ ପ୍ରସଙ୍ଗରେ ଆଲୋଚନା ହେବ ।

Advertisement

Leave a Reply

Your email address will not be published. Required fields are marked *