Pratidin TV

Odisha's Digital News Platform

ଆତ୍ମହତ୍ୟା କଲେ ପ୍ରେମୀ ଯୁଗଳ: ଗୋଟିଏ ଓଢଣୀରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର

1 min read


ଭୁବନେଶ୍ୱର;ନବରଙ୍ଗପୁର ଡାବୁଙ୍ଗା ଥାନା ଜବାଗୁଡା ଗାଁ ନିକଟର କାଜୁ ବଗିଚାରେ ଗୋଟିଏ ଓଢଣୀରେ ଯୁବକ ଯୁବତୀଙ୍କ ଝୁଲୁଥିବା ମୃତଦେହ ପୋଲିସ ସାହାଯ୍ୟରେ ଉଦ୍ଧାର କରାଯାଇଛି । ଘଟଣାର ପୂର୍ବଦିନରୁ ହିଁ ଦୁହେଁ ନିଖୋଜ ଥିବା ସୂଚନା ମିଳିଛି । ମୃତ ଯୁବତୀ ସେହି ଗାଁର ହୋଇଥିବା ବେଳେ ଯୁବକ ଜଣଙ୍କ ପାପଡାହାଣ୍ଡି ବ୍ଲକର ବାମାପାଳା ଗ୍ରାମର ବୋଲି ପରିଚୟ ମିଳିଛି ।

ଉଭୟ ପରସ୍ପରକୁ ପ୍ରେମ କରୁଥିବା ନେଇ ଅନୁମାନ କରାଯାଉଛି । ତେବେ ପାରିବାରିକ ବିରୋଧ ହେଉ କି ଅନ୍ୟ କୌଣସି କାରଣରୁ ଉଭୟ ନିଖୋଜ ଥିଲେ । ତେବେ ଗୋଟିଏ ଓଢଣୀରୁ ଉଭୟଙ୍କ ଶବ ଜବତ ହେବା ପରେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ଉପରେ ସନ୍ଦେହ ସୃଷ୍ଟି ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Advertisement

Leave a Reply

Your email address will not be published. Required fields are marked *