Pratidin TV

Odisha's Digital News Platform

ଝିଅ ଦେଲେ ମୁଖାଗ୍ନି, ଚିରଦିନ ପାଇଁ ମାଟିରେ ମିଶିଗଲେ ସ୍ୱରୂପ ନାୟକ..

1 min read

କଟକ: ଆଉ ଦେଖିବାକୁ ମିଳିବେନି ବାବୁ ଦା । ସେ ଛାଡି ଯାଇଥିବା ସ୍ମୃତିକୁ କେବଳ ମନେ ପକାଇ ହେବ । ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ସଙ୍ଗୀତକାର ତଥା ଗୀତିକାର ସ୍ୱରୂପ ନାୟକ । ତାଙ୍କ ବଡ଼ ଝିଅ ନିବୃତ୍ତି ନାୟକ ମୁଖାଗ୍ନି ଦେଇଛନ୍ତି । କଟକ ସତୀ ଚଉରାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ୱରୁପ ନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଶୁକ୍ରବାର ଦିନ ୭୭ ବର୍ଷ ବୟସରେ ସ୍ୱରୂପ ନାୟକଙ୍କ ପରଲୋକ ହୋଇଯାଇଥିଲା । କର୍କଟ ରୋଗରେ ପୀଡ଼ିତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସ୍ୱରୂପ ନାୟକ ।

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ତାଙ୍କର ବଡ ଅବଦାନ ରହିଛି । ସଂଗୀତ ନିର୍ଦ୍ଦେଶନା କ୍ଷେତ୍ରର ସ୍ୱରୂପ ନାୟକ ଅବିସ୍ମରଣୀୟ ସ୍ପର୍ଶ ଛାଡ଼ିଯାଇଥିବା ବେଳେ ସଂଗୀତ ପାଇଁ ସେ ଥିଲେ ଲୋକପ୍ରିୟ । ସେ ୪୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ୩୦ଟି ଚଳଚ୍ଚିତ୍ର ପାଇଁ ଗୀତ ରଚନା, ୬ଟିରେ ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ଓ ୬ଟି ଚଳଚ୍ଚିତ୍ରରେ ଅଭିନୟ ମଧ୍ୟ କରିଛନ୍ତି । ତାଙ୍କର ଦେହାନ୍ତ ପରେ ଓଲିଉଡ଼ ଜଗତରେ ଶୋକର ଛାୟା ଖେଳିଯାଇଛି । ସଙ୍ଗୀତ କ୍ଷେତ୍ରରେ ଏକ ଅପୂରଣୀୟ ଶୁନ୍ୟସ୍ଥାନ ସୃଷ୍ଟି ହୋଇଛି ।

Advertisement

ସୂଚନାମୁତାବକ ୧୯୪୭ ଫେବୁୟାରୀ ୮ରେ ସ୍ୱରୂପ ନାୟକ ଜନ୍ମ ଗ୍ରହଣ କରିଥିଲେ । ତେବେ ୧୯୮୪ରେ ଚଳଚ୍ଚିତ୍ର ହୀରାନୀଳା କଥାଚିତ୍ରରେ ପ୍ରଥମ ସଙ୍ଗୀତକାର ଭାବେ ପାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *