Pratidin TV

Odisha's Digital News Platform

ମା ଲକ୍ଷ୍ମୀଙ୍କ ଆଗମନରେ କେତେ ରହିଛି ସୁନାଦର,ଜାଣନ୍ତୁ ଏଠି..

1 min read

ଚାଲିଛି ପାର୍ବଣ ଋତୁ । ମା ଦୂର୍ଗା ବିଦାୟ ନେଇଥିବା ବେଳେ ମା ଲକ୍ଷ୍ମୀ ଆଜି ଧରାପୃଷ୍ଠକୁ ଆସିଛନ୍ତି । ତେବେ କେତେ ରହିଛି ସୁନା ଦର ଆସନ୍ତୁ ଜାଣିବା । ଆଜି ବଢିନାହିଁ ସୁନାଦର । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୫୬, ୮୦୦ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ୧୦ ଗ୍ରାମ ପ୍ରତି ୬୧,୯୬୦ ଟଙ୍କା ହୋଇଛି । ଓଡ଼ିଶାର ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୬,୮୦୦ ଟଙ୍କା ଟଙ୍କା ଓ ୬୧,୯୬୦ ଟଙ୍କା ହୋଇଛି । କିନ୍ତୁ ଦେଶର ଅନ୍ୟ ସହରମାନଙ୍କରେ ସୁନା ଦର ବୃଦ୍ଧି ପାଇଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୬,୮୦୦ ଟଙ୍କା ଓ ୬୧,୯୬୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୬,୯୫୦ ଟଙ୍କା ଓ ୬୨,୧୧୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୬,୮୦୦ ଟଙ୍କା ଓ ୬୧,୯୬୦ ଟଙ୍କା ରହିଛି । ସେହିପରି ରୁପା ମୂଲ ୧ କିଲୋଗ୍ରାମ ପ୍ରତି ୭୫,୧୦୦ଟଙ୍କା ରହିଥିବା ନେଇ ହୋଇଛି ।

Advertisement

Leave a Reply

Your email address will not be published. Required fields are marked *