Pratidin TV

Odisha's Digital News Platform

ପୂର୍ବ ଇମେଲରେ କୈାଣସି ପ୍ରତିକ୍ରିୟା ନ ଥିବାରୁ ପୁଣି ଥରେ ଅମ୍ବାନୀଙ୍କୁ ମୃତ୍ୟୁ ଧମକ,୨୦୦ କୋଟି ଦାବି…

1 min read

ରିଲାଏନ୍ସ ଗ୍ରୁପ୍ର ଚେୟାରମ୍ୟାନ ବା ଭାରତର ପ୍ରସିଦ୍ଧ ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ପୁଣିଥରେ ମୃତ୍ୟୁ ଧମକ ମିଳିଛି । ଏହି ଧମକ ସମାନ ଇମେଲ ଆକାଉଣ୍ଟରୁ ଆସିଛି । ଯେଉଁଥିରୁ ତାଙ୍କୁ ପୂର୍ବରୁ ଧମକ ଦିଆଯାଇଥିଲା । ତେବେ ଏଥର ସେମାନଙ୍କଠାରୁ୨୦୦ କୋଟି ଟଙ୍କା ଦାବି କରାଯାଇଛି । ଧମକ ମିଳିଛି ଯେ ପୂର୍ବ ଇମେଲରେ କୈାଣସି ପ୍ରତିକ୍ରିୟା ନ ଥିବାରୁ ଏହି ପରିମାଣ ୨୦ କୋଟିରୁ ୨୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ସୂଚନାଯୋଗ୍ୟ ଯେ ଅକ୍ଟୋବର ୨୭ ଶନିବାର ମୁକେଶ ଅମ୍ବାନୀଙ୍କ ଏକ ଇମେଲ ଆକାଉଣ୍ଟରେ ଏକ ମେଲ ଆସିଥିଲା ଯେଉଁଥିରେ ଧମକଦାତା ମୁକେଶ ଅମ୍ବାନୀଙ୍କ ଠାରୁ ୨୦ କୋଟି ଟଙ୍କା ମାଗିଥିଲେ ଏବଂ କହିଥିଲେ ଯେ ଯଦି ତୁମେ ଆମକୁ ୨୦ କୋଟି ଟଙ୍କା ନ ଦିଅ, ତେବେ ଆମେ ତୁମକୁ ମାରିଦେବୁ । ଧମକପୂର୍ଣ୍ଣ ଇ-ମେଲ ପରେ ମୁକେଶ ଅମ୍ବାନୀଙ୍କ ସିକ୍ୟୁରିଟି ଇନଚାର୍ଜ ମୁମ୍ବାଇର ଗାମଦେବୀ ପୋଲିସ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି । ଏବଂ କେଉଁ ମେଲ୍ କେଉଁ ଓଚ ଠିକଣା ପଠାଯାଇଛି ତାହା ଜାଣିବାକୁ ଚେଷ୍ଟା କରୁଛି ପୋଲିସ ।

Advertisement

Leave a Reply

Your email address will not be published. Required fields are marked *