ଫ୍ରି ଫାୟାର ଖେଳ ପାଇଁ ନଥିଲା ମୋବାଇଲ, ଜୀବନ ହାରିଦେଲା ଦଶମ ଶେଣ୍ରୀ ଛାତ୍ର…
1 min readବାଲେଶ୍ୱର: ଅନଲାଇନ ଗେମ ନେଇଗଲା ନାବାଳକର ଜୀବନ । ଫ୍ରି ଫାଇୟାର ଗେମ ଖେଳିବା ପାଇଁ ପାଖରେ ନଥିଲା ଫୋନ । ନୂଆ ମୋବାଇଲ ଆଣି ବା ପାଇଁ ଜିଦ ବାପାଙ୍କ ଆଗରେ ଜିଦ ଧରିଲା ପୁଅ । ଆଉ ମୋବାଇଲ ନ ଦେବାରୁ ଶେଷରେ ଜୀବନ ହାରିଲା ନାବାଳକ ।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଶ୍ରଦ୍ଧାପୂର ପଞ୍ଚାୟତର ଶାନ୍ତିନଗର ଗ୍ରାମରେ । ସୂଚନା ଅନୁଯାୟୀ ଗାଁର ସୁନୀଲ ସ୍ୱାଇଁଙ୍କ ଏକ ମାତ୍ର ପୁଅ ହରିଶଙ୍କର ସ୍ୱାଇଁ ଦଶମ ଶ୍ରେଣୀ ପଢ଼ାସରିବା ପରେ ଫ୍ରିରି ଫାୟାର ଖେଳିବାର ଅଭ୍ୟାସର ପରିଣତ ହୋଇଯାଇଥିଲା । ବାପା ମାଆ ଯେତେବେଳେ ଖେଳକୁ ବାରଣ କରୁଥିଲେ ହରିଶଙ୍କର ରାଗିଯାଇ ବାପ ମାଙ୍କୁ ଗାଳିଗୁଲଜ କରୁଥିଲେ । ଆଉ ଦଶମ ଶ୍ରେଣୀ ପାଠ ପଢା ବନ୍ଦ କରିବା ସହିତ ଫ୍ରି ଫାୟାର ଖେଳ ପାଇଁ ଦିନ ରାତି ଖେଳରେ ମଜିଯାଇଥିଲେ । ଫ୍ରି ଫାୟାର ଖେଳିବା ପାଇଁ ଦାମୀ ମୋବାଇଲ ଆଣିଦେବା ପାଇଁ ବାପା ମାଙ୍କୁ କହିଥିଲେ । କିନ୍ତୁ ପରିବାରର ଅଭାବ ଅନାଟନ ପାଇଁ ପୁଅକୁ ମୋବାଇଲ କିଣି ଦେଇ ପାରୁନଥିଲେ ବାପା ମା । କିନ୍ତୁ ଫ୍ରି ଫାୟାରର ଖେଳ ହରିଶଙ୍କରଙ୍କୁ ଏତେ ଘାରି ଥିଲା ଶେଷରେ ବେକରେ ରସି ଲଗାଇ ଜୀବନ ହାରିବା ଭଳି ଚରମ ନିଷ୍ପତ୍ତି କୁ ଆପଣେଇ ନେଇଥିଲେ ସେ । ଏପଟେ ବେଙ୍ଗଲୁରରେ ରହୁଥିବା ବାପା ମା ଘରେ ପହଂଚି ପୁଅକୁ ଝୁରୁଥିବା ବେଳେ ମାର ଆଖିର ଶୁଖିନି ଲୁହ । ମୋବାଇଲରେ ପିଲାର ଫୋଟ ଦେଖି ବାହୁନି ବାହୁନୀ ହୋଇ କାନ୍ଦୁଛି ମାଆ । ବାପା ଏବଂ ଗ୍ରାମବାସୀ ଏଭଳି ଫ୍ରିରି ଫାୟାର ଖେଳ କୁ ବନ୍ଦ କରିବା ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିବା ସହିତ ଆଗକୁ ଯେମିତି ଆଉ କିଏ ବାପା ଏମିତି ପୁଅ ଛେଉଣ୍ଡା ନହୁଅନ୍ତୁ ନିବେଦନ କରିଛନ୍ତି ।