Pratidin TV

Odisha's Digital News Platform

(ଭିଡିଓ ) ୧୦୦ରନ୍‌ରେ ଇଂଲଣ୍ଡକୁ ହରାଇ ୧୨ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ଭାରତ..

1 min read

ବିଜୟ ପଥରେ ଆଗକୁ ଚାଲିଛି ଟିମ୍ ଇଣ୍ଡିଆ । ବିଶ୍ୱକପ -୨୦୨୩ ର ସୁପର ସଣ୍ଡେରେ ଖେଳାଯାଇଥିବା ମ୍ୟାଚରେ ଭାରତର ଦମଦାର ବିଜୟ । ରବିବାର ଲକ୍ଷ୍ନୌ ଇକାନା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ରୋହିତ ବ୍ରିଗେଡ ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରିଛି । ଦୀର୍ଘ ୨୦ ବର୍ଷ ପରେ ବିଶ୍ୱକପରେ ଇଂଲଣ୍ଡକୁ ହରାଇଲା ଟିମ ଇଣ୍ଡିଆ । ଏହି ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆର କ୍ରମାଗତ ଷଷ୍ଠ ବିଜୟ । ଏହା ସହ ଭାରତ ତାର ସେମିଫାଇନାଲ ଟିକେଟକୁ ସୁରକ୍ଷିତ କରିଛନ୍ତି । ଗତକାଲିର ମ୍ୟାଚ ପରେ ଟିମ୍ ଇଣ୍ଡିଆ ଅବିସ୍ମରଣୀୟ ହୋଇଛି ।

ସେ ୬ ଟି ମ୍ୟାଚରେ ୧୨ ପଏଣ୍ଟହାସଲ କରି ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିସାରିଛି । ମ୍ୟାଚ ଆରମ୍ଭରେ ଇଂଲଣ୍ଡ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୫୦ ଓଭରରେ ୯ ୱିକେଟ୍ ହରାଇ ୨୨୯ ରନ୍ ସ୍କୋର କରିଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇ ଭାରତ ବିପର୍ଯ୍ୟର ଶିକାର ହୋଇଥିଲା । ଶୁଭମନ ଗିଲ୍‌, ବିରାଟ, କେଏଲ ରାହୁଲ ସମସ୍ତେ ବ୍ୟାଟିଂରେ ଫେଲ ମାରିଥିଲେ । ତେବେ ରୋହିତ ଶର୍ମା ଅଧିନାୟକ ଇନିଂସ ଖେଳିଥିଲେ । ସେ ୮୭ ରନ ସ୍କୋର କରିଥିଲେ । ତାଙ୍କ ସହ ସୂର୍ଯ୍ୟ କୁମାରଙ୍କ ଯୋଡି ଦମଦାର ଥିଲା । ସୁର୍ଯ୍ୟକୁମାର ଯାଦବ ମଧ୍ୟ ଏକ ଭଲ ଇନିଂସ ଖେଳିଥିଲେ । ସେ ୪୯ ରନ୍ ସଂଗ୍ରହ କରିଥିଲେ ।

Advertisement

ଇଂଲଣ୍ଡ ପାଇଁ ଡେଭିଡ ୱିଲି ସବୁଠାରୁ ସଫଳ ବୋଲର ଥିଲେ । ସେ ୪୫ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ । ଭାରତର ୨୨୯ ରନ୍ ଜବାବରେ ଇଂଲଣ୍ଡ ଦଳ ୩୪.୫ ଓଭରରେ ମାତ୍ର ୧୨୯ ରନ୍ ସ୍କୋର କରିପାରିଥିଲା ।

ମ୍ୟାଚ ଶେଷରେ ରୋହିତ ଶର୍ମା ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ଗ୍ରହଣ କରିଥିଲେ । ଟିମ୍ ଇଣ୍ଡିଆ ପାଇଁ ମହମ୍ମଦ ଶାମି ୪ ୱିକେଟ୍‌, ବୁମରା ୩, କୁଲଦୀପ ୨ ଏବଂ ଜାଡେଜା ୧ ୱିକେଟ୍ ନେଇଛନ୍ତି ।

Leave a Reply

Your email address will not be published. Required fields are marked *