Pratidin TV

Odisha's Digital News Platform

ଋଣ ଶୁଝିବାରେ ବିଫଳ ହେଲେ ଚାଷୀ: ଆତ୍ମହତ୍ୟାରେ ଚାଲିଗଲା ପ୍ରାଣ

1 min read

ଭୁବନେଶ୍ୱର:  ଋଣ ସୁଝି ନ ପାରି ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି। ଏହି ଚାଷୀ ଜଣକ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଟୁନିଆମୁଣ୍ଡା ଗାଁର ଭଗବାନ ଯୁଆଡ଼ୀ। ସେ ବ୍ୟାଙ୍କ ଋଣ କରିବା ସହ ହାତ ଉଧାରିରେ ପ୍ରାୟ ୮ ଲକ୍ଷ ଟଙ୍କା ଆଣି ନିଜର ୨ ଏକର ଜମି ଏବଂ ଅନ୍ୟର ୬ ଏକର ଜମିରେ ଭାଗ ଚାଷ କରିଥିଲେ। ଏହି ଜମିରେ ସେ ଧାନ ଚାଷ କରିଥିଲେ। ତେବେ ଚାଷ ଭଲ ହୋଇ ନ ଥିଲା। ଯାହାକୁ ନେଇ ସେ ଚିନ୍ତାରେ ରହିଥିଲେ।

ସକାଳେ ସେ ବିଲରେ ଧାନ ତଳି ପକାଇବା ପାଇଁ ଯାଉଥିବା ପରିବାର ଲୋକଙ୍କୁ କହି ଆସିଥିଲେ। ହେଲେ ଆଉ ସେ ଘରକୁ ଫେରି ନ ଥିଲେ ଓ ଖୋଜାଖୋଜି ପରେ ଗୁରୁତର ଅବସ୍ଥାରେ ତାଙ୍କୁ ବିଲରୁ ଠାବ କରାଯାଇଥିଲା। ସେ ବିଲରେ ବିଷ ପିଇ ଦେଇଥିବା ସନ୍ଦେହ ହୋଇଥିଲା।

Advertisement

ପରିବାର ଲୋକେ ତୁରନ୍ତ ତାଙ୍କୁ ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲକୁ ଆଣିଥିଲେ। ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ଘଟିଛି ଓ ଖବର ପାଇ ବୁର୍ଲା ମେଡିକାଲ ଫାଣ୍ଡି ପୁଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଋଣ ଭାରରେ ଭାରାକ୍ରାନ୍ତ ହୋଇ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *