Pratidin TV

Odisha's Digital News Platform

ଭୁଲ ଲୋକଙ୍କୁ ପ୍ରେମ କରି ବିବାହ କଲେ, ଶେଷରେ ଜୀବନ ହାରିଲେ ଶୁଭସ୍ମିତା…

1 min read

ପ୍ରେମ ବିବାହର କରୁଣ ପରିଣତି । ଝୁଲି ପଡିଲେ ନବ ବିବାହିତ ଦମ୍ପତି । ଇନଫୋସିଟି ଥାନା ଅଧିନ ଶିଖର ଚଣ୍ଡୀ ବଙ୍ଗାଳୀ ସାହି ବନ୍ଦ ଘରୁ ଉଦ୍ଧାର ହେଲା ଦମ୍ପତିଙ୍କ ଝୁଲନ୍ତା ମୃତଦେହ । ମୃତ ଯୁବକ ଜଣକ ହେଲେ ପିଣ୍ଟୁ ନାଥ ଓ ଯୁବତୀ ଜଣକ ହେଲେ ପଟ୍ଟାମୁଣ୍ଡାଇର ଶୁଭସ୍ମିତା ନାୟକ । ଦୁହେଁ ଏକ ସପିଂମଲରେ କମକରନ୍ତି । ଆଉ ସପିଙ୍ଗ ମଲରେ ଉଭୟ ପରସ୍ପରକୁ ଜାଣିଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଏକାଠି ସାଙ୍ଗରେ ରହିବାକୁ ନିଷ୍ପତ୍ତି ନେଇ ୨ ମାସ ହେବ ବିବାହ କରିଥିଲେ । ବିବାହ ପରେ ଶିଖର ଚଣ୍ଡୀ ବଙ୍ଗାଳୀ ସାହି ୨ ଜଣ ରହୁଥିଲେ । କିନ୍ତୁ ଏହାକୁ ସ୍ୱୀକୃତି ଦେଇନଥିଲେ ସୁଭଶ୍ମିତାଙ୍କ ପରିବାର । ଯେଉଁଥିପାଇଁ ସୁଭସ୍ମିତା ନିଜ ପରିବାରର ଲୋକଙ୍କ ସହ କୌଣଷି ସଂପର୍କ ରଖିନଥିଲେ ।

ସେପଟେ ପିଣ୍ଟୁ ପୁର୍ବରୁ ବିବାହ କରିଛନ୍ତି ଓ ତାଙ୍କର ଗୋଟେ ୫ ବର୍ଷ ର ପୁଅ ଅଛି । କିନ୍ତୁ ମିଛ କହି ସୁଭସ୍ମିତାଙ୍କୁ ପିଣ୍ଟୁ ବିବାହ କରିବା କଥା ଜାଣିବା ପରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେଇଥିଲା । ପରେ ୨ ଜଣ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଇଛନ୍ତି ବୋଲି ପୋଲିସ ପ୍ରାଥମିକ ଦତନ୍ତରୁ ଜାଣିବାକୁ ପାଇଛି । ଅପରପକ୍ଷେ ଭାଇଙ୍କ କହିବା କଥା ଯେ ଦ୍ୱିତୀୟ ବିବାହ ନେଇ ପିଣ୍ଟୁ ପରିବାରକୁ ଜଣେଇ ନଥିଲେ । ତାଙ୍କ ପ୍ରଥମ ସ୍ତ୍ରୀର ଦେହ ଖରାପ ଥିବାରୁ ସେ ନିଜ ପୁଅ ସହ ବାହାରେ ରହି ଚିକିତ୍ସା ହେଉଛନ୍ତି । ତେଣେ ପିଣ୍ଟୁ ଦିନରେ ସପିଂମଲ ଯାଇ ରାତିରେ ଘରକୁ ଆସନ୍ତି । ତେବେ ଶୁଭସ୍ମିତା ୮ ମାସ ପୂର୍ବରୁ କାମ କରିବା ପାଇଁ ଭୁବନେଶ୍ୱର ଆସିଥିଲେ । ଆଉ୨ ମାସ ପୂର୍ବରୁ ବାପାଙ୍କୁ ଫୋନ୍ କରି କହିଥିଲେ ଯେ ସେ ବିବାହ କରିଛନ୍ତି ବୋଲି । କିନ୍ତୁ ପରିବାର ଲୋକ ବିବାହକୁ ସ୍ୱୀକୃତି ନଦେଇ ଗାଳି କରିଥଲେ । ତା ପରଠୁ ପରିବାର ସହ କୌଣସି ସଂପର୍କ ରଖିନଥିଲେ ସୁଭସ୍ମିତା । ଅନ୍ୟପଟେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପଡ଼ିବ ବୋଲି କହିଛି ପୋଲିସ ।

Advertisement

Leave a Reply

Your email address will not be published. Required fields are marked *