Pratidin TV

Odisha's Digital News Platform

ନୃସଂଶ ସାଜିଲା ସାବତ ମାଆ, ସାମାନ୍ୟ ବିସ୍କୁଟ ପାଇଁ ୨ଛୁଆଙ୍କୁ କରିଦେଲା ଲହୁଲୁହାଣ

1 min read

ଆଠଗଡ: ସାବତ ମା ର ମାଡ଼ରେ ଦୁଇ ଶିଶୁ ଗୁରୁତର ଆହତ । ସେମାନଙ୍କୁ ଉଦ୍ଧାର କରାଯାଇ ଆଠଗଡ଼ ମେଡିକାଲ ରେ ଭର୍ତ୍ତି କରାଯାଇଛି । କଟକ ଆଠଗଡରେ ଘଟିଛି ଏଭଳି ଅମାନବୀୟ ଘଟଣା । ସୂଚନା ଅନୁସାରେ ଆଠଗଡ଼ ଥାନା ଅନ୍ତର୍ଗତ ରାଧାବଲ୍ଲଭପୁରର ଶୋଳଘରିଆ ଗ୍ରାମର ଜଣେ ୧୧ ବର୍ଷ ର ଝିଅ ମାଡ ଖାଇ ଗୁରୁତର ଅବସ୍ଥାରେ ଘରୁ ଲୁଚି ପଳାଇଆସିଥିଲା । ଏତିକି ବେଳେ ସ୍ଥାନୀୟ ଅଶୋକ ନଗର ଠାରେ କିଛି ସ୍ଥାନୀୟ ଯୁବକମାନେ ତାକୁ ଦେଖି ଆହତ ଅବସ୍ଥାରେ ଉଦ୍ଧାର କରିଛନ୍ତି । ଝିଅ ଟିକୁ ଗୁରୁତର ଅବସ୍ଥାରେ ଥିବା ଦେଖି ସ୍ଥାନୀୟ ଯୁବକମାନେ ଆଠଗଡ଼ ପୋଲିସ କୁ ଖବର ଦେଇଥିଲେ । ପୋଲିସ ଆସିବା ବିଳମ୍ବ ହେବାର ସେମାନେ ଆଠଗଡ଼ କିଛି ଗଣ ମାଧ୍ୟମର ପ୍ରତିନିଧି ଙ୍କୁ ଯୋଗାଯୋଗ କରିଥିଲେ ।

ଘଟଣା ସ୍ଥଳରେ ଗଣମାଧ୍ୟମ ପ୍ରତିନିଧି ପହଞ୍ଚି ଯୁବଙ୍କ ମାନଙ୍କ ସହାୟତାରେ ଝିଅ ଟିକୁ ଆଠଗଡ଼ ମେଡିକାଲ ରେ ଭର୍ତ୍ତି କରିଥିଲେ । ତେବେ ଝିଅର ଚିକିତ୍ସା ପରେ ତାରଏଭଳି ଅବସ୍ଥା କିଭଳି ହେଲା ସେ ନେଇ ପଚାରିଥିଲେ । ସେତେବେଳେ କୁନି ଝିଅ ଟି ପ୍ରକାଶ କରିଥିଲା ଯେ ତା ସାବତ ମାଆ ତାକୁ ଏବଂ ତା ୧୩ବର୍ଷ ର ବଡ଼ ଭାଇ ଟିକୁ ମାଡ ମାରି ଘରେ ବାନ୍ଧି ରଖିଥିଲେ । ଦୁଇ ଶିଶୁଙ୍କୁ ଦୀର୍ଘ ଦିନ ହେବ ଅତି ନିର୍ମମ ଭାବରେ ମାଡ଼ ମାରୁଥିଲେ । ତେବେ ଝିଅଟି ଘରୁ ପଳାଇ ଆସିଥିବା ବେଳେ ସବୁ ସତ କଥା ପଦାକୁ ଆସିଥିଲା । ଏନେଇ ପୋଲିସକୁ ଖବର ଦିଆଯାଇଥିଲା ।

Advertisement

ଅଧିକ ପଢନ୍ତୁ , ଦୁବୃର୍ତ୍ତଙ୍କୁ ଚଖମା ଦେଇ ଖସି ଆସିଲା ନାବାଳକ , ବ୍ରିଜ ତଳୁ ଉଠାଇ ନେଇ ବିସ୍କୁଟ ଓ ପାଣି ଦେଇ ଦେଉଥିଲେ ନିର୍ଯାତନା..

ଖବର ପାଇ ଆଠଗଡ଼ ପୋଲିସ ସେଠାକୁ ଯାଇ ସାବତ ମାକୁ ଗିରଫ କରିବା ସହ ଶିଶୁକୁ ଉଦ୍ଧାର କରିଥିଲେ । ବର୍ତ୍ତମାନ ପୁଅଟି ତା ଭଉଣୀ ସାଙ୍ଗରେ ମେଡିକାଲ ରେ ଚିକିତ୍ସିତ ହେଉଛି । ଦୁଇଟି ଶିଶୁଙ୍କମ ଶରୀରରେ ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବା ବେଳେ ଶିଶୁ ପୁତ୍ର ର ଯୌନାଂଗ ରେ ରହିଛି ଗଭୀର ଆଘାତ । ଖବର ପାଇ ଚାଇଲ୍ଡ ଲାଇନ ସଦସ୍ୟ ପହଞ୍ଚି ପୋଲିସ ସହ ଆଲୋଚନା କରିଛନ୍ତି । ସୂଚନାଯୋଗ୍ୟ କି ଅଭିଯୁକ୍ତ ବାପା ର ପ୍ରତମ ସ୍ତ୍ରୀ ସହ ଛାଡ଼ପତ୍ର ମାମଲା କୋର୍ଟରେ ବିଚାରଧୀନ ଥିବା ବେଳେ ସେ ଦ୍ୱିତୀୟ ବିବାହ କରିଛନ୍ତି । ଆଉ ସାବତ ମାଆ ଆସିବା ପରେ ପିଲାଭ୍‌କଉପରେ ଅତ୍ୟାଚାର କରିବା ଆରମ୍ଭ କରି ଦେଇଥିଲା ।

Leave a Reply

Your email address will not be published. Required fields are marked *