Pratidin TV

Odisha's Digital News Platform

ଦୁଷ୍କର୍ମ କରି ଲୁଚୁଥିଲେ, ଶେଷରେ ବାଧ୍ୟହୋଇ ଆତ୍ମସମର୍ପଣ କଲେ ବାୟୁସେନା ଅଧିକାରୀ…

1 min read

ନାବାଳିକା ଦୁଷ୍କର୍ମ ମାମଲାରେ ୪ ମାସ ପରେ ଆତ୍ମସମର୍ପଣ କଲେ ବାୟୁସେନା ଅଧିକାରୀ । ଭୁବନେଶ୍ୱର ଜେଏମଏଫସି କୋର୍ଟରେ ଆତ୍ମ ସମର୍ପଣ କଲେ ଅଭିଯୁକ୍ତ କୋରିମିଲି ଭେଙ୍କଟ ଶ୍ରୀନିବାସଙ୍କ । ତେବେ ଶ୍ରୀ ନିବାସ ଏୟାରଫୋର୍ସ ଗ୍ରୁପ କ୍ୟାପିଟେନ ଥିବା ବେଳେ ସେ ଜଣେ ୧୩ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ । ଘରେ କେହି ନଥିବା ସୁଯୋଗ ନେଇ ଅଭିଯୁକ୍ତ ଜଣକ ଏପରି କାଣ୍ଡ ଘଟାଇଥିଲେ । ଯାହାକୁ ନେଇ ଗତ ୨୮ ତାରିଖରେ ବମିଖାଲ ଅଞ୍ଚଳର କିଛି ଲୋକେ ତାଙ୍କ ନାଁରେ ଅଭିଯୋଗ କରିଥିଲେ । ପରେ ଅଭିଯୋଗ ଅନୁସାରେ ତଦନ୍ତ କରି ଅଭିଯୁକ୍ତଙ୍କୁ ଖୋଜୁଥିଲା ପୋଲିସ । ହେଲେ ଗିରଫ ହେବା ଭୟରେ ଦୁଇ ଦୁଇ ଥର ରାଜ୍ୟ ବାହାରକୁ ଚାଲି ଯାଉଥିଲେ ଅଭିଯୁକ୍ତ ଜଣକ । ସେପଟେ କିନ୍ତୁ ନିଜର ଜାମିନ ପାଇଁ ପୂର୍ବରୁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ଜାମିନ ନାମଞ୍ଜୁର ହେବା ପରେ ଆଜି ବାଧ୍ୟହୋଇ ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ବାୟୁସେନା ଅଧିକାରୀ ଶ୍ରୀନିବାସ । ସେପଟେ ଆତ୍ମ ସର୍ମପଣ ପରେ କୋର୍ଟ ଅଭିଯୁକ୍ତଙ୍କୁ ଯୁଡ଼ିଶିଆଲ କଷ୍ଟିଡିକୁ ପଠେଇ ଦେଇଥିବା ଜଣାପଡିଛି । ଅନ୍ୟପଟେ ଅଧିକ ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ଲକ୍ଷ୍ମୀ ସାଗର ପୋଲିସ ରିମାଣ୍ଡରେ ଆଣିବ ବୋଲି ସୂଚନା ମିଳିଛି ।

Advertisement

Leave a Reply

Your email address will not be published. Required fields are marked *