Pratidin TV

Odisha's Digital News Platform

ମାଓବାଦୀଙ୍କ ଠାରୁ ୩୯ ଲକ୍ଷ ଜବତ:ଆତ୍ମସମର୍ପଣ କଲେ ୬୦ ସହଯୋଗୀ

1 min read

ମାଲକାନାଗିରି:ଉଭୟ ଓଡିଶା ଏବଂ ଆନ୍ଧ୍ରରେ ନିଜର ପ୍ରାଧାନ୍ୟ ବିସ୍ତାର କରିଥିବା ମାଓନେତା ଅଶୋକ ଆନ୍ଧ୍ରପ୍ରଦେଶ ପୋଲିସ ହାତରେ ଧରାପଡିଛନ୍ତିା ତାଙ୍କ ନିକଟରୁ ନଗଦ ୩୯ ଲକ୍ଷ ଟଙ୍କା ଏବଂ ଲ୍ୟାଣ୍ଡମାଇନ୍ ଜବତ କରାଯାଇଥିବା ଜଣାପଡିଛିା ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି , ଅଶୋକଙ୍କ ଗିରଫ୍ ପରେ ପୋଲିସ ନିକଟରେ ୬୦ ଜଣ ମାଓବାଦୀ ଆତ୍ମସର୍ମପଣ କରିଛନ୍ତି ।
ଦୁର୍ଦ୍ଦାନ୍ତ ମାଓବାଦୀ ଅଶୋକ ଓରଫ ରାମକ୍ରିଷ୍ଣା ଓରଫ ପ୍ରଭାକର ଓରଫ ରାୟୁଡୁ ମାଲକାନଗିରି ଜିଲ୍ଲ.କୋରାପୁଟ ଜିଲ୍ଲା ଏବଂ ଆନ୍ଧ୍ରପ୍ରଦେଶର ଇଷ୍ଟ ଗୋଦାବରୀ ଓ ଆଲୁରି ସୀତାରାମାରାଜୁ ଜିଲ୍ଲାରେ ଚଳଚଞ୍ଚଳ ଥିଲେ । ସେ ନିଜ ଗ୍ରାମ କୋଣ୍ଡରୁମରୁ ଇଞରି ଗ୍ରାମକୁ ଯାଉଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଆନ୍ଧ୍ରପ୍ରଦେଶର ନୂତନ ଜିଲ୍ଲା ଆଲୁର ସୀତାରାମକୁ ପୁଲିସ ତାଙ୍କୁ ଘେରିଯିବା ସହିତ ଗିରଫ କରିଥିଲା । ତାଙ୍କ ନିକଟରୁ ନଗଦ ୩୯ ଲକ୍ଷ ଟଙ୍କା ସହ ୫ କିଲୋ ଓଜନର ଲ୍ୟାଣ୍ଡମାଇନ୍‌,ଡିଟୋନେଟର,ବ୍ୟାଟେରି,୯ଏମ୍‌ଏମ୍ ପିସ୍ତଲ ,ମାଓ ପୋଷାକ ଏବଂ ପୋଷ୍ଟର ଇତ୍ୟାଦି ଜବତ କରିଛି ।
ଗିରଫ ଅଶୋକଙ୍କ ବୟସ ମାତ୍ର ୩୫ ବର୍ଷ । ସେ ଆନ୍ଧ୍ର ଓଡିଶା ବିର୍ଡର ଡିଭିଜନ ଏବଂ ପେଦାବାୟଲୁକୋରୁକୋଣ୍ଡା ଡିଭିଜନର ସଚିବ ଥିଲେ । ପୋଲିସ ତାଙ୍କନାମରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା । ତାଙ୍କ ନାମରେ ମାଲକାନାଗିରି,କୋରାପୁଟ ଏବଂ ଇଷ୍ଟ ଗୋଦାବରି ଜିଲ୍ଲାରେ ୧୨୪ଟି ମାମଲା ରହିଛି । ସେଥିମଧ୍ୟରେ ୧୪ ଟି ହତ୍ୟା ମାମଲା ବି ଅନ୍ତଭୁକ୍ତ । ବିଶେଷକରି ,ଇଷ୍ଟ ଗୋଦାବରୀ ଅଞ୍ଚଳର ବହୁ ନିରୀହ ଲୋକଙ୍କୁ ସେ ହତ୍ୟା କରିଥିବା ପୋଲିସ କହିଛିା
ଅନ୍ୟପକ୍ଷରେ ,ସୀତାରାମାରାଜୁ ଜିଲ୍ଲା ପୁଲିସ ନିକଟରେ ୬୦ ଜଣ ମାଓବାଦୀ ଆତ୍ମସର୍ମପଣ କରିଛନ୍ତି । ଏହି ମାଓବାଦୀମାନେ ଆନ୍ଧ୍ରର ପାଦାବାୟଲୁ ଏବଂ କୋରୁକୋଣ୍ଡା ଏରିଆ କମିଟିର ସଚିବ ଅଶୋକଙ୍କୁ ସହଯୋଗୀ ଥିଲେ । ମାଓବାଦୀମାନେ ନିଜକୁ ସୁରକ୍ଷିତ ମଣିନଥିଲେ ,ତେଣୁ ଏମାନେ ମଧ୍ୟ ଆନ୍ଧ୍ର ପୋଲିସ ନିକଟରେ ଆତ୍ମସର୍ମପନ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *