Pratidin TV

Odisha's Digital News Platform

ବିଶ୍ୱସୁନ୍ଦରୀଙ୍କ ଜନ୍ମଦିନରେ ଜାଣନ୍ତୁ ତାଙ୍କ ସହ ଜଡିତ କିଛି ବିବାଦୀୟ କଥା..

ବଲିଉଡର ଜଣାଶୁଣା ନାଁ ହେଉଛି ଐଶ୍ୱର୍ଯ୍ୟ ରାୟ ବଚ୍ଚନ । ନିଜର ସୁନ୍ଦରତା ଠାରୁ ଆରମ୍ଭ କରି ନିଜର ଅଭିନୟ ଯାଦୁ ରେ ସାରା ବିଶ୍ୱକୁ ସେ ମତୁଆଲା କରି ରଖିଛନ୍ତି । ତେବେ ଆଜିୁ ଏହି ବିଶ୍ୱ ସୁନ୍ଦରୀ ନିଜ ୫୦ତମ ଜନ୍ମ ଦିବସ ପାଳନ କରୁଛନ୍ତି । ସେ ୧୯୭୩ ମସିହା ନଭେମ୍ବର ୧ରେ ମାଙ୍ଗାଲୋରରେ ଜନ୍ମ ଗ୍ରହଣ କରିଥିଲେ । ବର୍ତ୍ତମାନ ସେ ଅଭିଷେକ ବଚ୍ଚନଙ୍କ ସ୍ତ୍ରୀ ସହ ବଚ୍ଚନ ପରିବାର ବୋହୂ ଅଟନ୍ତି । ତେବେ ସେ ଫିଲ୍ମରେ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ମଡେଲିଂ କରୁଥିଲେ । ଏଥିସହ ସେ ୧୯୯୪ ମସିହାରେ ମିସ ୱାର୍ଲ୍ଡର ଟାଇଟଲ ଜିତି ଦେଶ ପାଇଁ ଗର୍ବ ଆଣି ଦେଇଥିଲେ । ବଲିଉଡରେ ଐଶ୍ୱର୍ଯ୍ୟ ୩ଦଶନ୍ଧି ଧରି ରାଜ କରି ଆସୁଛନ୍ତି । ସେ ବର୍ତ୍ତମାନ ସୁଧା ୧୦ଟି ଫିଲ୍ମ ଷପୟାର ପୁସ୍କାର ପାଇ ସାରିଛନ୍ତି । ଅଭିନେତ୍ରୀଙ୍କ ସୌନ୍ଦର୍ଯ୍ୟରେ ସାରା ବିଶ୍ୱୁକ ପାଗଳ କରିଦେଇଛି । ମାତ୍ର ୨୧ ବର୍ଷ ବୟସରେ ସେ ବିଶ୍ୱ ସୁନ୍ଦରି ହୋଇ ଥିଲେ ।

ତେବେ ତାଙ୍କ ସୁନ୍ଦରତା ଦେଖି ପାଗଳ ହୋଇଯାଇଥିଲେ ବଲିଉଡର ଭାଇଜାନ ସଲମାନ ଖାନ । ଆଉ ଫିଲ୍ମ ରେ କାମ କରୁଥିବା ବେଳେ ସଲମାନ ଏବଂ ଐଶ୍ୱର୍ଯ୍ୟାଙ୍କ ଭିତରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ଯାହା ବୂରା ବଲିଉଡକୁ ଜଣା । ତେବେ ଏଭଳି କଣ ହେଲା ଯେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇ ଗଲା । ଆଉ ସବୁଦିନ ପାଇଁ ଅଲଗା ହୋେଇ ଯାଇଥିଲେ ଐଶ୍ୱର୍ଯ୍ୟ ଏବଂ ସଲମାନ । ପ୍ରଶଂସକମାନେ ସର୍ବଦା ଉଭୟଙ୍କ ବିଷୟରେ କଥାବାର୍ତ୍ତା କରିଆସୁଥିଲେ, ସେମାନଙ୍କର ସମ୍ପର୍କର ସମାପ୍ତି ଅତ୍ୟନ୍ତ ଖରାପ ଥିଲା । ଯେତେବେଳେ ସବୁକିଛି ସମାପ୍ତ ହେଲା, ଦୁହେଁ ନିଜ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବରେ କଥାବାର୍ତ୍ତା କଲେ ନାହିଁ । ତେବେ ଏନେଇ ଏକ ସାକ୍ଷାତକାରରେ ଐଶ୍ୱର୍ଯ୍ୟାଙ୍କୁ ପ୍ରଶ୍ନ ପଚରାଯାଇଥିଲା ଯେ ସେ କାହିଁକି ସଲମାନଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ କଥାବାର୍ତ୍ତା କରନ୍ତି ନାହିଁ, ତା’ପରେ ଅଭିନେତ୍ରୀ ଏହା ଉପରେ ଏକ ବଡ଼ ଖୁଲାସା କରି କହିଥିଲେ ଯେ ସଲମାନ ଖାନଙ୍କ ସହ ତାଙ୍କର ବ୍ରେକଅପ୍ କେବେଠୁ ହୋଇ ସାରିଛି ।

ସଲମାନ ଖାନଙ୍କ ଅଧ୍ୟାୟ ତାଙ୍କ ଜୀବନରୁ ସମାପ୍ତ ହୋଇଛି, ବର୍ତ୍ତମାନ ସେ ପଛକୁ ଚାହିଁ ଆଉ ସବୁକିଛି ଦେଖିବାକୁ କିମ୍ବା ଅନୁଭବ କରିବାକୁ ଚାହୁଁନାହାଁନ୍ତି । ବିଶେଷକରି ସର୍ବସାଧାରଣରେ ନୁହେଁ । ସେ ଅତୀତର ଜିନିଷଗୁଡ଼ିକୁ ଛାଡ଼ି ଏବେ ଆଗକୁ ଯାଇଛନ୍ତି । ଅଭିନେତ୍ରୀ କହିଛନ୍ତି ଯେ ସେ ଏକୁଟିଆ ନୁହଁନ୍ତି, ତାଙ୍କର ଏକ ପରିବାର ମଧ୍ୟ ଅଛି । ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ପରିବାର ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ସେ କେବଳ ଜଣେ ଜନସାଧାରଣ ନୁହଁନ୍ତି । ସେ ମଧ୍ୟ ଜଣେ ସାଧାରଣ ବ୍ୟକ୍ତି, ତାଙ୍କ ହେତୁ ତାଙ୍କ ପରିବାର କୌଣସି ଅସୁବିଧା ନ ପଡନ୍ତୁ ।

ତେବେ ଶୁଣିବାକୁ ମିଳିଥିଲା ଯେ ଉଭୟଙ୍କ ଭିତରେ ଅନେକ ସମୟରେ ଝଗଡା ହେଉଥିଲା । ସଲମାନ ନିଶାସକ୍ତ ଅବସ୍ଥାରେ ଆସି ଐଶ୍ୱର୍ଯ୍ୟାଙ୍କ ଉପରକୁ ହାତ ଉଠାଉଥିଲେ । ଏବଂ ଗାଳି ଗୁଲଜ କରୁଥିଲେ । ଯାହା ଫଳରେ ଐଶ୍ୱର୍ଯ୍ୟ ଏସବୁ କୁ ସହ୍ୟ ନକରି ପାରି ଅଲଗା ହୋଇ ଯାଇଥିଲେ । ତେବେ ଏହା କେତେ ଦୁର ସତ ତା ଭଗବାନ ହିଁ ଜାଣିଥିବେ । ବର୍ତ୍ତମାନ ଐଶ୍ୱର୍ଯ୍ୟ ଅଭିଷେକଙ୍କ ସହ ବହୁତ ଖୁସିରେ ଥିବା ବେଳେ ତାଙ୍କର ଏକ ଝିଅ ଆରାଧ୍ୟା ଅଛି । ଅନ୍ୟପଟେ ସଲମାନ ଆଜି ପର୍ଯ୍ୟନ୍ତ ବିବାହ କରି ନାହାନ୍ତି । ଅନେକ ଅଭିନେତ୍ରୀ ତାଭ୍‌କ ଜବୀନରେ ଆସି କି ଯାଇ ସାରିଲେଣି ହେଲେ ସେ ଆଜି ବି ସିଙ୍ଗଲ ରହିଛନ୍ତି ।

Leave a Reply

Your email address will not be published. Required fields are marked *