Pratidin TV

Odisha's Digital News Platform

୨୮୨ଗ୍ରାମ ବ୍ରାଉନସୁଗାର ସହ ଦୁଇ ଭାଇ ଗିରଫ୍‌

1 min read

ଭୁବନେଶ୍ୱର:ଆଜି ଅପରାହ୍ଣରେ ରାଜ୍ୟ ଅବକାରୀ ବିବାଗର ଫ୍ଲାଇଂ ସ୍କ୍ୱାଡ୍ ଭୁବନେଶ୍ୱର ୟୁନିଟ୍‌-୮ସ୍ଥିତ ନାରାୟଣୀ ବସ୍ତିରୁ ୨୮୨ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ନିଶା କାରବାରରେ ଲିପ୍ତ ୨ ଭାଇ ବଳରାମ ମହାନ୍ତି ଓରଫ୍ ବଳିଆ ଏବଂ କାଳିଆ ମହାନ୍ତି ଓରଫ ଜଗାକୁ ଅବକାରୀ ବିଭାଗ ଗିରଫ କରିଛି । ସେମାନଙ୍କଠାରୁ ଏକ ସ୍କୁଟି ଓ ନଗଦ ୧୫୦୦୦ ଟଙ୍କା ଜବତ କରିଛି ।
ସୂଚନାଅନୁଯାୟୀ, ଅବକାରୀ ବିଭାଗର କମିସନର୍ ଆଶିଷ ସିଂହଙ୍କୁ ନିଦ୍ଦେଶକ୍ରମେ ଗତ କିଛି ମାସ ହେବ ରାଜଧାନୀରେ ସ୍ୱତନ୍‌ô ଭାବେ ବ୍ରାଉନସୁଗାର ବେପାରୀଙ୍କ ଉପରେ ଚଢଉ କରାଯାଉଛି । କିଛି ଦିନ ତଳେ ନାରାୟଣୀ ବସ୍ତିରେ ୨ ଭାଇ ଜଗା ବଳିଆ ନିଶା କାରବାର କରୁଥିବା ଅବକାରୀ ବିଭାଗ ଖବର ପାଇଥିଲା । ଆଜି ଅପରାହ୍ଣରେ ଖୋର୍ଦ୍ଧାରୁ ବ୍ରାଉନସୁଗାର ଅଣାଯାଇଥିବା ଖବର ପାଇ ଅବକାରୀ ବିଭାଗ ଚଢାଉ କରିଥିଲା । ଚଢଉ ସମୟରେ ୨ଭାଇ ଅବକାରୀ ବିଭାଗକୁ ପ୍ରଥମେ ଫାଙ୍କିଥିଲେ । ସ୍କୁଟି ଯାଞ୍ଚ କରିବାରୁ ଗାଡିରୁ କିଛି ଟିଫିନ ବାକ୍ସ ବାହାରିଥିଲା । ଅବକାରୀ ଅଧିକାରୀମାନେ ବାକ୍ସ ଖୋଲୁଥିବା ଦେଖି ଉଭୟ ଘଟଣାସ୍ଥଳରୁ ଖସିଯିବାକୁ ଚେଷ୍ଟା କରିଥିଲେ । ମାତ୍ର ଅବକାରୀ ଟିମ୍ ଗୋଡାଇ ଗୋଡାଇ ୨ ଭାଇକୁ ମାଡିବସିଥିଲେ । ଜବତ ବ୍ରାଉନସୁଗାର ମୂଲ୍ୟ ପ୍ରାୟ ୨୮ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ଅଧୀକ୍ଷକ ଦେବାଶିଷ ପଟଲ ସୁଚନା ଦେଇଛନ୍ତି । ଏହି ଚଢାଉରେ ଏସ୍‌ଆଇ ସଚିନ୍ ବେହେରା,ଦିଲ୍ଲୀପ ବେହେର,ରୋଶନ୍ ହାଁସଦା ଓ ଉମାକାନ୍ତ ସ୍ୱାଇଁ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *