Pratidin TV

Odisha's Digital News Platform

ନନ୍ଦୀ କାନରେ କହିଲେ ପୁରା ହୁଏ ମନୋକାମନା: ଜାଣନ୍ତୁ କାହିଁକି ରହିଛି ଏପରି ପରମ୍ପରା

1 min read

ଭଗବାନ ଶିବଙ୍କ ବାହନ ନନ୍ଦୀ । ସେଥିପାଇଁ ନନ୍ଦୀଙ୍କ ପ୍ରତିମା ଶିବ ମନ୍ଦିର ବାହାରେ ରହିଥାଏ । ଯେଉଁଠି ଶିବ ରହିଥାନ୍ତି ସେଠାରେ ନନ୍ଦୀ ମଧ୍ୟ ରହିଥାନ୍ତି । ଶିବଙ୍କ ପୂଜାରେ ଗଣେଶଜୀ, ମା’ ପାର୍ବତୀ, କାର୍ତ୍ତିକଜୀ ଓ ନନ୍ଦୀଙ୍କୁ ବି ପୂଜା କରାଯାଏ । ଭଗବାନ ଶିବଙ୍କ ବାହନ ନନ୍ଦୀ କର୍ତ୍ତବ୍ୟର ପ୍ରତୀକ ଅଟନ୍ତି । ଭୋଳାନାଥଙ୍କ ମନ୍ଦିରରେ ଶିବଜୀଙ୍କ ପୂର୍ବରୁ ନନ୍ଦୀଙ୍କ ଦର୍ଶନ ହୋଇଥାଏ । କ’ଣ ପାଇଁ ଶିବଙ୍କ ଏତେ ପ୍ରିୟ ନନ୍ଦୀ ଓ ନନ୍ଦୀଙ୍କ କାନରେ କାହିଁକି ନିଜର ମନସ୍କାମନା କୁହାଯାଇଥାଏ,ଆସନ୍ତୁ ଜାଣିବା ।

କ’ଣ ପାଇଁ କୁହାଯାଏ ନନ୍ଦୀଙ୍କ କାନରେ ମନସ୍କାମନା
ନନ୍ଦୀଙ୍କ ପୂଜା ବିନା ଶିବ ପୂଜା ଅଧୁରା କୁହାଯାଏ । ନନ୍ଦୀ କାନରେ ନିଜର ମନସ୍କାମନା କହିବାର ପରମ୍ପରା ରହିଛି । ମାନ୍ୟତା ଯେ ଭଗବାନ ଶିବ ସର୍ବଦା ତପସ୍ୟାରେ ଲୀନ ରହିଥାନ୍ତି । ତେଣୁ ନନ୍ଦୀ ଭକ୍ତଙ୍କ ମନସ୍କାମନା ଶୁଣିଥାନ୍ତି ଓ ଶିବଜୀଙ୍କ ତପସ୍ୟା ପୂର୍ଣ୍ଣ ହେବା ପରେ ତାଙ୍କୁ ଭକ୍ତଙ୍କ ମନସ୍କାମନା ବିଷୟରେ କହିଥାନ୍ତି । ଏହା ପରେ ଭଗବାନ ତାଙ୍କ ଭକ୍ତର ମନସ୍କାମନା ପୂର୍ଣ୍ଣ କରିଥାନ୍ତି ।

Advertisement

ଏଥିପାଇଁ ଶିବଜୀଙ୍କ ପ୍ରିୟ ହୋଇଥାନ୍ତି ନନ୍ଦୀ
ପୌରାଣିକ କଥା ଅନୁସାରେ ସମୁଦ୍ର ମନ୍ଥନ ବେଳେ ଯେଉଁ ବସ୍ତୁ ସମୁଦ୍ରରୁ ବାହାରୁଥିଲା ତାକୁ ନେଇ ଦେବତା ଓ ଅସୁରଙ୍କ ମଧ୍ୟରେ ଲଢ଼ାଇ ଲାଗିଥିଲା । ଏହି ସମୟରେ ଶିବଜୀ ମନ୍ଥନରୁ ବାହାରିଥିବା ହଳାହଳ ବିଷକୁ ପାନ କରି ସଂସାରକୁ ରକ୍ଷା କରିଥିଲେ । ଏହି ସମୟରେ ବିଷର କିଛି ବୁନ୍ଦା ଭୂମି ଉପରେ ପଡିଯାଇଥିଲା । ଯାହାକୁ ନନ୍ଦୀ ନିଜେ ପାନ କରିଦେଇଥିଲେ । ନନ୍ଦୀଙ୍କ ଏହି ପ୍ରେମ ଓ ନିଷ୍ଠା ଦେଖି ନନ୍ଦୀଙ୍କୁ ସବୁଠୁ ବଡ଼ ଭକ୍ତର ଉପାଧି ଦେଇଥିଲେ ମହାଦେବ । ଏଥିସହିତ ଏହା ବି କହିଥିଲେ ଯେ ଲୋକ ଶିବଜୀଙ୍କ ପୂଜା ସହିତ ନନ୍ଦୀଙ୍କର ବି ଆରଧନା କରିବେ ।

Leave a Reply

Your email address will not be published. Required fields are marked *