Pratidin TV

Odisha's Digital News Platform

ବିବାହ ପରେ ସାମ୍ନାକୁ ଆସିଲା ନୂଆ ଦମ୍ପତ୍ତି ବରୁଣ-ଲାବନ୍ୟାଙ୍କ ପ୍ରଥମ ଫଟୋ..

ସାଉଥର ସୁପରଷ୍ଟାର ବରୁଣ ତେଜଙ୍କ ପାଇଁ ଚଳିତ ବର୍ଷର କରୱାଚୌଥ ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିଗଲା । କାରଣ ଏହି ଦିନରେ ଅଭିନେତା ବରୁଣ ଏବଂ ଲାବନ୍ୟା ସବୁଦିନ ପାଇଁ ଏକ ହୋଇଛନ୍ତି । ଉଭୟ ପରିବାର ଏବଂ କିଛି ଘନିଷ୍ଠ ବନ୍ଧୁଙ୍କ ସାମ୍ନାରେ ବିବାହ ବନ୍ଧନରେ ବାନ୍‌ଧି ହୋଇଛନ୍ତି । ତେବେ ସେମାନେ ଗତକାଲି ଅର୍ଥାତ ନଭେମ୍ବର ୧ରେ ବିବାହ କରିଥିଲେ ।

ହେଲେ ଆସି ସେମାନଙ୍କ ବିବାହ ଫଟୋ ସାମ୍ନାକୁ ଆସିଛି । ଯାହା ଖୁବ ଭାଇରାଲ ହେବାରେ ଲାଗିଛି । ଦକ୍ଷିଣ ଭାରତର ଲୋକ୍ରପିୟ ଦମ୍ପତି ହେଉଛନ୍ତି ବରୁଣ ତେଜ ଏବଂ ଲାବନ୍ୟା । ଇଟାଲୀର ବୋର୍ଗୋ ସେନ ଫେଲିସରେ ହିନ୍ଦୁ ରୀତିନୀତିରେ ବିବାହ କରିଛନ୍ତି । ସେମାନଙ୍କ ବିବାହରେ ଦକ୍ଷିଣ ଭାରତ ଅନେକ ନମାୀଦାବୀ କଳାକାର ଉପସ୍ଥିତ ରହି ସେମାନଙ୍କୁ ଆର୍ଶୀବାଦ ଦେଇଥିଲେ ।

ବିବାହ ପରେ ଉଭୟ ଭାରତ ଆସି ଅନ୍ୟମାନଙ୍କୁ ରିସେପ୍ସନ ପାର୍ଟି ଦେବେ । କହିବାକୁ ଗଲେ ବରୁଣ ତେଜ ହେଉଛନ୍ତି ଭେଟେରାନ ଅଭିନେତା ଚିରଞ୍ଜୀବୀ ଏବଂ ପୱନ କଲ୍ୟାଣଙ୍କ ପୁତୁରା । ବିବାହ ପରେ ବରୁଣ ନିଜେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିବାହର କିଛି ଫଟୋ ସେୟାର କରିଛନ୍ତି ।

ଏହି ଫଟୋରେ ଉଭୟ ତାରକା ବହୁତ ସୁନ୍ଦର ଦେଖାଯାଉଥିଲେ ।ଏହି ବିଶେଷ ଅବସରରେ ବରୁଣଙ୍କୁ ଏକ ଉଜ୍ଜ୍ୱଳ କ୍ରିମ୍ ରଙ୍ଗର ଶେରୱାନିରେ ଦେଖିବାକୁ ମିଳିଥିବାବେଳେ ଲାବନ୍ୟା ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିବାର ନଜର ଆସିଥିଲେ । ଚଳିତ ବର୍ଷ ଜୁନ୍ ୯, ୨୦୨୩ ରେ ଉଭୟଙ୍କ ନିବନ୍ଧ ହୋଇଥିଲା ।

Leave a Reply

Your email address will not be published. Required fields are marked *