Pratidin TV

Odisha's Digital News Platform

ପିରାମଲ୍ ଫାର୍ମାର ବେବି କମ୍ଫି ପ୍ୟାଣ୍ଟସର ସିଙ୍ଗଲ୍ ପ୍ୟାକ: ସୈଫ-କରିନା ବ୍ରାଣ୍ଡ ଆମ୍ବାସାଡର୍‌

1 min read

ଭୁବନେଶ୍ୱର: ପିରାମଲ୍ ଫାର୍ମା ଲିମିଟେଡ୍‌ର କଂଜ୍ୟୁମର ପ୍ରଡକ୍ଟ ଡିଭିଜନ୍ ପକ୍ଷରୁ ସେଲିବ୍ରିଟି ବ୍ରାଣ୍ଡ୍ ଆମ୍ବାସାଡର କରୀନା କପୁର ଓ ସୈଫ ଅଲ୍ଲୀ ଖାନଙ୍କୁ ନେଇ ଏହାର ବେବି କେୟାର ବ୍ରାଣ୍ଡ୍ କମ୍ଫି ବେବି ପ୍ୟାଂଟସ୍ ପାଇଁ ନୂତନ ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହି ଅଭିଯାନରେ ଲିଟିଲ୍‌ସ କମ୍ଫି ବେବି ପ୍ୟାଂଟ୍‌ସର ଗଣ ବଜାର ଉପସ୍ଥାପନ ଉପରେ ଗୁରୁତ୍ୱାରୋପ କରିବାକୁ ଲକ୍ଷ୍ୟ ରଖାଯାଇଛି । କଂପାନି ଏହାର ସିଙ୍ଗଲ୍ ପ୍ୟାକ୍‌କୁ ଉନ୍ମୋଚନ କରିଛି ଯାହା ଦ୍ୱାରା ଏହା ସୁଲଭ ମୂଲ୍ୟରେ ଉପଲବ୍ଧ ହୋଇପାରିବ । ସିଙ୍ଗଲ୍ ପ୍ୟାକ୍‌ର ମୂଲ୍ୟ ଏସ୍ ପାଇଁ ୯ ଟଙ୍କା, ଏମ୍ ପାଇଁ ୧୦ ଟଙ୍କା ଓ ଏଲ୍ ପାଇଁ ୧୨ ଟଙ୍କା ରଖାଯାଇଛି ।

ଏହି ଅଭିଯାନ ପାଇଁ ବ୍ୟବହାର କରାଯାଇଥିବା ବାକ୍ୟ ହେଉଛି “ପକ୍‌ଡା ପକ୍‌ଡି ଖେଳିବା ଲିଟିଲ୍‌ସମାନଙ୍କ କାମ ଆଉ ଛୋଟ ଛୋଟ ଜିନିଷର ଧ୍ୟାନ ରଖିବା ହେଉଛି ଲିଟିଲ୍‌ସ କମ୍ଫି ବେବି ପ୍ୟାଂଟ୍‌ସର କାମ” । ଏହା ଶିଶୁମାନେ ଶୋଇବା ଓ ଖେଳୁଥିବା ଉଭୟ ସମୟର ଧ୍ୟାନ ରଖିବ ବୋଲି ଅଭିଯାନ ଜରିଆରେ ପ୍ରଚାର କରିବାକୁ ଉଦ୍ୟମ କରାଯାଇଛି ।

ପିରାମଲ୍ କଂଜ୍ୟୁମର ପ୍ରଡକ୍ଟ ଡିଭିଜନ୍‌ର ସିଇଓ ନୀତୀଶ ବଜାଜ କହିଛନ୍ତି ଯେ, “ଶିଶୁଙ୍କ ଆରାମକୁ ଗୁରୁତ୍ୱରେ ରଖି ଲାଭ ପ୍ରଦାନ କରୁଥିବା ଭଳି ଆମର ନୂଆ ଉତ୍ପାଦ ବର୍ଗମାଳା ଲିଟିଲ୍‌ସ-କମ୍ଫି ବେବି ପ୍ୟାଂଟ୍‌ସକୁ ପ୍ରସ୍ତୁତ କରାଯାଇଛି । ଅଭିନେତ୍ରୀ କରୀନା କପୁର କହିଛନ୍ତି ଯେ, “ଶିଶୁ ଯତ୍ନର ସବୁ କିଛି ଛୋଟ ମୋଟ ବିଷୟ ଜାଣିନଥିବାରୁ ନୂତନ ଭାବେ ପିତାମାତା ହୋଇଥିବା ଲୋକମାନେ ଉଦବିଗ୍ନ ମନେ କରନ୍ତି । ପିଲାର ଉପଯୁକ୍ତ ନିଦ୍ରା ନିହାତି ଓ ସକ୍ରିୟ ଥିବା ସମୟରେ ଆରାମ ନିହାତି ଜରୁରୀ ।

Leave a Reply

Your email address will not be published. Required fields are marked *