Pratidin TV

Odisha's Digital News Platform

ଦିବ୍ୟାଙ୍ଗର ଦୁଃଖ ଦେଖି ସାହାର୍ଯ୍ୟ ପାଇଁ ଆଗେଇ ଆସିଲେ ବିଧାୟକ ରୋହିତ ପୂଜାରୀ

ସମ୍ବଲପୁର ; ପ୍ରଶାସନର ଦିବ୍ୟାଙ୍ଗ , ଗରିବ ମାନଙ୍କ ପାଇଁ ଶହ ଶହ ଯୋଜନା କରୁଥିଲେ ମଧ୍ୟ ପ୍ରଶାସନିକ ଅଧିକାରିଙ୍କ ଅବହେଳା ଯୋଗୁଁ ତାହା ବାଟବଣା ହେଉଛି । ସୂଚନା ଅନୁଯାୟୀ ସମ୍ବଲପୁର ଜିଲ୍ଲା ରେଢାଖୋଲ ନିର୍ବାଚନ ମଣ୍ତଳି ଅନ୍ତର୍ଗତ ନାକଟିଦେଉଲ ବ୍ଳକ କୁଟାସିଂହା ଗ୍ରାମର ନାରଦ ମାଝି ନାମକ ବ୍ୟକ୍ତିଙ୍କ ଚାଳ ଘର ଗତ ବର୍ଷ ଝଡ ତୋଫାନରେ ଭାଙ୍ଗି ଯାଇଥିଲା । ଯାହାଫଳରେ ସେ ବାସହରା ହୋଇ ଯାଇଥିଲେ ।

ଭିନ୍ନକ୍ଷମ ହୋଇଥିବାରୁ ନୂତନ ଘର ତିଆରି କରିବାକୁ ସେ ଅସମର୍ଥ ହୋଇଥିଲେ । ତେବେ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ଆଜି ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ତ ହୋଇ ଘର ଖଣ୍ଡେ ପାଇବା ପାଇଁ ସବୁଠି ଗୁହାରି କରୁଥିଲେ । ଏହି ସମୟରେ ଦିବ୍ୟାଙ୍ଗଙ୍କ ଉପରେ ନଜର ପଡିଥିଲା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କ । ଏହାପରେ ସେଠାକୁ ଆସି ଦିବ୍ୟାଙ୍ଗଙ୍କ ସବୁ ଦୁଃଖ ଶୁଣି ତାଙ୍କ ସମସ୍ୟାର ସମାଧାନ କରିବା ପାଇଁ ଆଗକୁ ଆସି ନିଜେ ଜିଲ୍ଲାପାଳ ଅନନ୍ୟା ଦାସଙ୍କୁ ଦିବ୍ୟାଙ୍ଗଙ୍କ ସମସ୍ୟା ସମାଧାନ ଯେପରି ହୋଇପାରିବ ସେନେଇ ଆଲୋଚନା କରିଥିଲେ ।

ତେବେ ସାହାଯ୍ୟ ଅପେକ୍ଷାରେ ଥିବା ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ବିଧାୟକ ସାହାଯ୍ୟ କରିବାକୁ ଆଗେଇ ଆସିବା ଘଟଣା ଟି ଆଜି ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ରହିଛି ।

Leave a Reply

Your email address will not be published. Required fields are marked *