Pratidin TV

Odisha's Digital News Platform

ମହିଳା ସାମ୍ଭାଦିକାଙ୍କୁ ମାଡ ମାରିବା ଅଭିଯୋଗରେ ପ୍ରଯୋଜକ ଟୁଟୁ ନାୟକ ଗିରଫ୍ …

ଭୁବନେଶ୍ୱର ; ବନ୍ଧା ହେଲେ ଓଲିଉଡ୍‌ ପ୍ରଯୋଜକ ଟୁଟୁ ନାୟକ । ଗତକାଲି ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ନେଇ ଖାରବେଳନଗର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଟୁଟୁ ନାୟକଙ୍କୁ କଟକରୁ ଉଠାଇ ଆଣିଥିଲା ପୁଲିସ । ଥାନାରେ ପଚରାଉଚରା କରିବା ପରେ ପୋଲିସ ଟୁଟୁ ନାୟକଙ୍କୁ 354,294,341,323 ଦଫାରେ ଗିରଫ କରିଥିବା ଜଣାପଡିଛି ।

ଖବର ଅନୁଯାୟୀ ଶୁକ୍ରବାର ଜଣେ ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ତାତ୍ସଲ୍ୟ କରିବା ସହ ମାଡ଼ ମାରିଥିବା ଅଭିଯୋଗ ଖାରବେଳନଗର ଥାନାରେ ହୋଇଥିଲା । ଏହାପରେ ଟୁଟୁ ନାୟକଙ୍କ ବିରୋଧରେ ନିଜ ଆଡୁ ମାମଲା ରୁଜୁ କରିଥିଲେ ମହିଳା କମିଶନ । ଏବଂ ଘଟଣା ସମ୍ପର୍କରେ ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ କରିଥିଲେ ।

Leave a Reply

Your email address will not be published. Required fields are marked *