Pratidin TV

Odisha's Digital News Platform

ଚଳନ୍ତା ଟ୍ରେନରୁ ଖସି ଓଡ଼ିଆ ଶ୍ରମିକ ମୃତ, ବାପାକୁ ଦେଖିବାକୁ କାନ୍ଦୁଛି ୪ ବର୍ଷର ଝିଅ ….

ପରଜଙ୍ଗ : ପୁଅର ମଲା ମୁହଁ ଦେଖିବାକୁ ସରକାରଙ୍କୁ ଗୁହାରି କଲେ ପରିବାର ଲୋକେ ।ଚଳନ୍ତା ଟ୍ରେନ ରୁ ପଡ଼ି ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଲଦା ଗ୍ରାମ ପଞ୍ଚାୟତ ଖୁଣ୍ଢେଇଖୋଲ ଗ୍ରାମରେ ।

ସୂଚନା ମୁତାବକ ଗ୍ରାମର କୀର୍ତ୍ତନ ନାୟକଙ୍କ ପୁଅ ସୁଶାନ୍ତ ନାୟକ (୨୯) ଗତ ରବିବାର ଦିନ ସାଙ୍ଗ ମାନଙ୍କ ସହିତ ଭୁବନେଶ୍ୱରରୁ ଚେନ୍ନାଇ ଟ୍ରେନରେ ଯାଉଥିବା ବେଳେ ନାଗପୁର ଅଞ୍ଚଳ ରେ ଚଳନ୍ତା ଟ୍ରେନରୁ ଖସି ପଡ଼ି ମୃତ୍ୟୁ ବରଣ କରିଥିଲେ। ସୁଶାନ୍ତ ଚେନ୍ନାଇର ଏକ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଯାଉଥିଲେ । ତେବେ ସୁଶାନ୍ତଙ୍କ ମୃତ ଦେହ ନାଗପୁର କାମଠି ପୋଲିସ ଅଧୀନରେ ଥିବା ସୂଚନା ରହିଛି ।

ପରିବାର ଲୋକ ସୁଶାନ୍ତଙ୍କ ମୃତ ଶରୀର କୁ ଘରକୁ ଫେରାଇ ଆଣିବାକୁ ପାଖରେ ଅର୍ଥ ନାହିଁ । ପୁଅର ମଲା ମୁହଁ କୁ ଦେଖିବାକୁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ପରିବାର ଲୋକେ । ଏଥି ସହିତ ଗ୍ରାମବାସୀ ଓ ସାହି ପଡୋଶୀ ମଧ୍ୟ ସୁଶାନ୍ତ ଙ୍କ ମୃତ ଦେହ ଗାଁ କୁ ଫେରାଇ ଆଣିବାକୁ ସରକାର ଙ୍କୁ ନିବେଦନ କରିଛନ୍ତି । ସୁଶାନ୍ତ ଆଜକୁ ପ୍ରାୟ ୫ ବର୍ଷ ହେଲା ବିବାହ କରିଥିଲେ ତାଙ୍କର ଏକ ୪ ବର୍ଷର ଝିଅ ଅଛି । ହଠାତ ସୁଶାନ୍ତ ଙ୍କ ମୃତ୍ୟୁ ଖବର ପାଇ ତାଙ୍କ ସ୍ତ୍ରୀ ଆଉ ବାପା ମା ଗ୍ରହଣ କରି ପାରୁନାହାନ୍ତି । ଯାହାକୁ ନେଇ କୁଣ୍ଢେଇଖୋଲ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *