Pratidin TV

Odisha's Digital News Platform

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ଦିଗ ଅନୁସାରେ ବସ୍ତୁ ରହିଲେ ହୁଏ ଧନର ବର୍ଷା…

1 min read

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ଜିନିଷ ନିର୍ଦ୍ଧିଷ୍ଟ ଦିଗ ଅନୁଯାୟୀ ରହିବା ଉଚିତ । ଏହା ଦ୍ୱାରା ଘରେ ସୁଖ ଶାନ୍ତି ଆସିବା ସହ ଘରେ ମା ଲତକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଆଉ ଯଦି ଠିକ ଜିନିଷ ଠିକ ଦିଗରେ ରହିନଥାଏ । ତେବେ ଘରେ ସବୁବେଳେ ଅଶାନ୍ତି ଲାଗି ରହିବା ସହ ନାନା ପ୍ରକାର ସମସ୍ୟା ଉପୁଜିଥାଏ । ଯଦି ଆପଣ ଉର୍ପାଜିତ ଅର୍ଥ ସଞ୍ଚୟ ନହୋଇ ଅନାବଶ୍ୟକ ଭାବରେ ଖର୍ଚ୍ଚା ହେଉଛି ତେବେ ଆପଣ ଜାଣିବେ ଯେ ଘରେ କିଛି ବାସ୍ତୁ ଦୋଷ ରହିଛି । ଆଉ ଯଦି ଘରେ ଅଚାନକ କେହି ବେମାର ପଡନ୍ତି ତାହେଲେ ମଧ୍ୟ ବାସ୍ତୁର କିଛି ତ୍ରୁଟି ରହିଛି ବୋଲି ଜାଣିବେ । ତେଣୁ ଘର ନିର୍ମାଣ କରିବା ସମୟରେ କୋଣ ମାନଙ୍କ ଧ୍ୟାନ ରଖିକି କରିବା ଭଲ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଦିଶାରେ ଆପଣ କଣ କଣ କରିବା କଣ କଣ କ୍ଷତି ହୋଇ ଥାଏ । ଏବଂ କେଉଁ ଭଳି ଜିନିଷ ଆପଣ ଏହି ଦିଗରେ ରଖିବା ଭଲ ହୋଇ ଥାଏ ।

ପ୍ରଥମେ ଜାଣି ରଖନ୍ତୁ କି ଉତ୍ତର ଦିଶା ବୁଦ୍ଧ ଗ୍ରହକୁ ମନା ଯାଏ ଓ ଏହା ସହ ଏହା କୁବେରଙ୍କ ଦିଗ ଅଟେ । ଯାହାଙ୍କୁ ଆମେ ଧନର ଦେବତା କହି ଥାଉ । ଏହି ଭଳି ମାନ୍ୟତା ଅଛି ଯେ କୁବେର ମହାରାଜ ଉତାର ଦିଗ ପଟୁ ପ୍ରବେଶ କରିଥାନ୍ତି । ଯଦି ତାଙ୍କ ମାର୍ଗରେ ବାଧା ହୋଇ ଥାଏ ତେବେ ସେ ପ୍ରବେଶ କର ନଥାନ୍ତି । ଏହି ଦିଗରେ ଆପଣ ବଡ କାନ୍ଥ କିମ୍ବା ଆଉ କିଛି ରଖିବା କଥା ନୁହେଁ । ଯେଉଁ ଦିଗରେ ସୂର୍ଯ୍ୟ କିରଣ ଭଲ ଭାବେ ଆସୁଥିବା କିମ୍ବା ବାୟୁ ଚଳାଚଳ ହଉଥିବ ସେଇ ଭଳି ଫାଙ୍କା ରଖିବ । ଏବଂ ଏହି ଦିଗରେ ସବୁ ବେଳେ ପରିଷ୍କାର ରଖିବ । ଯଦି ଏହି ଦିଗରେ ଆସୁଥିବା ଆଲୋକ କିମ୍ବା ବାୟୁ ଆସୁଥିବା କିଛି ଜିନିଷକୁ ହଟାଇ ଦିଅନ୍ତୁ । ଆପଣ ଏହି ଦିଗରେ ଅଳିଆ ପକାଇବା ସ୍ଥାନ କରିବା ଅନୁଚିତ ଅଟେ । ଏହା ସହ ଆପଣ ଏହି ଦିଗରେ ପାଇଖିନା କିମ୍ବା ପାଣି କଳ କରିବେନି ଏହା ହେଲେ ଆପଣଙ୍କ ଧନ ମଧ୍ୟ ପାଣି ଭଲି ଖର୍ଚ୍ଚ ହେବରେ ଲାଗିବ । ଏହି ଦିଗରେ ଆପଣ କେବେ ହେଲେ କାଚ ରଖିବେ ନି ଏହା ରଖିବା ଦ୍ୱାରା ରାହୁ ର ପ୍ରବେଶ ହୋଇ ଥାଏ । ଏହା ଅଶୁଭ ହୋଇଥାଏ ତେଣୁ ଏହି ଦିଗରେ ଆପଣ କାଚ ଜିନିଷ ରଖିବା ଅନୁଚିତ ।

Advertisement

Leave a Reply

Your email address will not be published. Required fields are marked *